ଏ କେଉଁ ଋତୁ
ଏ କେଉଁ ଋତୁ
1 min
235
ଏ କେଉଁ ଋତୁ
ଯେଉଁଠି କୋଇଲି ର ସ୍ୱର
ବଦଳରେ ଶୁଭୁଛି ଖାଲି
ଆତଙ୍କ ର ସ୍ୱର,
ଯେଉଁଠି ବସନ୍ତ ପରି
ଗୋଟେ ମହାର୍ଘ୍ୟ ଅନୁଭବ ହଜିଯାଉଛି
ହଜିଯାଉଛି କୃଷ୍ଣ ଚୁଡାର
ରଙ୍ଗ ମହୋତ୍ସବ
ଆଲିଙ୍ଗନ ନୁହେଁ
ଆବଦମନ
ଅନିର୍ଵାଯ୍ୟ ପାଲଟିଛି
ଅସହିଷ୍ଣୁ ହେଲାଣି
ମାୟାବିନୀ ର ସଂକ୍ରମଣ
ଯୋଗମାୟା ମାୟା ରଚିଛନ୍ତି
କେଜାଣି କେତେ ରାତି କେତେ ଦିନ
ଭୋଗିବାକୁ ହେବ ଦଣ୍ଡ
କେତେଦିନ ଚାଲିଥିବ
ହେଇ ଅଛି ଏବେ ନାହିଁ ର
ଲୁଚକାଳି ଖେଳ
ଯଦି ଜୀବନ ଗୋଟେ ଅଭିନୟ
ତେବେ କେତୋଟି ଯବନିକା ପରେ
ପୁଣି ଫେରିବ ଦୃଶ୍ୟଟେ
ଆଦୌ ଭୟ ନଥିବ ମୃତ୍ୟୁର ||
