STORYMIRROR

Dasarathi Sahu

Others

2  

Dasarathi Sahu

Others

ଏ ଜଞ୍ଜାଳ ଜ୍ୱାଳାମୁଖୀ

ଏ ଜଞ୍ଜାଳ ଜ୍ୱାଳାମୁଖୀ

1 min
822


ଅଣ୍ଟୁ ନାହିଁ ବେଳ ସଂସାର ଜଞ୍ଜାଳ

ଧିମେଇ ଯାଏ ଧାରଣା

ତେଲ ଲୁଣର ଏ ଅଭାବ ସଂସାରେ

ବିବେକ ବି ବାଟବଣା

କେବେ କଷୁଅଛି କର୍ତ୍ତବ୍ୟର ଅଙ୍କ

ସମ୍ପର୍କର ସିଲଟରେ

ଅହଂ ଅଭିମାନ ଦୁଃଖର ଦହନ

କଳ୍ପନା କଳାପଟାରେ

ଫର୍ଦ୍ଦ ଫର୍ଦ୍ଦ ପଢେ ପ୍ରତିଟି ପୃଷ୍ଠାରେ

ଯନ୍ତ୍ରଣାର ଯତିପାତ

ସମୟ ଚକରେ ଏ ସଂସାର ରଥ

ଗଡିଯିବ ଏହା ସତ

ପରଖିଲି ଯାହା ସବୁ ମିଛ ମାୟା

ଏ ଜଞ୍ଜାଳ ଜ୍ୱାଳାମୁଖୀ

ତବ ପ୍ରେମ ସ୍ରୋତେ ଭସେଇ ନିଅହେ

ଭକ୍ତ ପ୍ରିୟ ଚକାଆଖି

ଦାଶରଥି ସାହୁ

କଳମ୍ବ/ଗଞ୍ଜାମ


Rate this content
Log in