STORYMIRROR

Tapaswini DashSarangi

Others

3  

Tapaswini DashSarangi

Others

ଏ ଜୀବନ

ଏ ଜୀବନ

1 min
163

ଝୁଲୁଛି ଜୀବନ ସମୟ ବାଆରେ

          ଅବିରାମ ଗତି ତାଳେ

ଅତୀତ କାନ୍ଦୁଛି ବର୍ତ୍ତମାନ ଦେଖି

        ଭବିଷ୍ୟ ତା'କଥା ଭାଳେ।

କେତେ ପାପ ପୁଣ୍ୟ ଏ ଜୀବନ ଅର୍ଜିଛି

       କରିନି କେବେ ହିସାବ

ବିଶ୍ଵାସରେ ବିଷ କେତେ ଯେ ଦେଇଛି

          ତାକୁ କିଏ ତଉଲିବ ।

ଭଲ ଯେ ପାଇଛି କଷ୍ଟ ସିଏ ପାଇଛି

         କେଡେ ଅଜବ ଜୀବନ

ସତ ଯେ କହିଛି ଶତୃ ସିଏ ହୋଇଛି

        ଅକାଟ୍ୟ ନୁହେଁ ବଚନ।

ମିଛ ସମ୍ପର୍କର ମେଳି ମିଳେ ଏଠି

         ଦେବା ନେବା କାରବାର

ସଚ୍ଚୋଟ ହୃଦୟ ନିତି କାନ୍ଦୁଥାଏ

           ପାଏ ଖାଲି ତିରସ୍କାର।

ଅଗ୍ନିର ପଥରେ ଚାଲିବାର ମାନେ

           ସତେ କି ଜୀବନ ଅର୍ଥ

ଅନ୍ୟର ମୁହଁରେ ହସ ଖୋଜୁ ଖୋଜୁ

          ଜୀବନ ହୁଅଇ ବ୍ୟର୍ଥ।

କେହି ବୁଝନ୍ତିନି ସଚ୍ଚା ମନଟିକୁ

           ଦିଅନ୍ତି ଯେ ଅପବାଦ

ସତରେ ଜୀବନ ଏତେ କଣ୍ଟକିତ

           ଦୁଃଖେ ହେଉଥାଏ ଦଗ୍ଧ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍