Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Others

2  

Puspanjali Panda

Others

ଏ ଚୁପ୍

ଏ ଚୁପ୍

1 min
199


ଚୁପ୍ ହୋଇଯାଅ ପାଞ୍ଚ ବର୍ଷ ପାଇଁ

ପାଟି ଆଉ ଖୋଲ ନାହିଁ।

ଭାଷଣବାଜି ରେ ଜିତାପଟ ହେଲା

ଦୁଃଖ କର କାହିଁ ପାଇଁ ।

ଆଖିବୁଜି ସବୁ ସହିବ ଦେଖିବ

ରୁକୁଣା ରଥର ବାଟ ।

ଚପଷାହୁଡେପରା ବରଷେ ଏଠି ତ

ଭୋଟର ପାଞ୍ଚ ବରଷ।।

ଟଙ୍କାରେ ବିକିଛ ଆତ୍ମସମ୍ମାନକୁ

ଭାଳେଣି କରିବା ବୃଥା ।

ପଶ୍ଚାତାପ କଲେ ସଜାଡି ହୁଏକି

ଯେତେ ବାଡେଇଲେ ମଥା ।

ହାତେ ଥିଲା ଶକ୍ତି ଗଢିପାରିଥାନ୍ତ

ସୁନ୍ଦର ସମାଜଟିଏ ।

ବେଳହୁ ଏଥର ସାବଧାନ ହୁଅ

କାଲିକୁ ଦେଖିଛି କିଏ?



Rate this content
Log in