STORYMIRROR

Indrabadal Mohanty

Others

3  

Indrabadal Mohanty

Others

ଏ ବର୍ଷା

ଏ ବର୍ଷା

1 min
294

ଏ ବର୍ଷା ତୁ ଆଜିର ଏ ପାହାନ୍ତି ସକାଳର ମନଛୁଆଁ ଭରଷା,


ଏ ବର୍ଷା ତୁ ଆଜି ସାଜିଛୁ ବିଦାୟ ରାତିର ସାଳସା।


ଏ ବର୍ଷା ତୁ ଆଜି ବରଷି ଯାଉ ସୃଷ୍ଟି କରି କେତେଯେ ମଧୁଝରା ମାତୃଭାଷା,


ଏ ବର୍ଷା ତୁ ଆଜି ପୁଣି ଆସି ତୁଷାର୍ଥ ଟାଙ୍ଗରା ଭୂମିର ମେଣ୍ଟାଇ ଥାଉ ତୃଷା।


ଏ ବର୍ଷା ତୁ ଆଜି ଏ ପହିଲି ସକାଳରେ ପ୍ରୀତିର ଛୋଟବଡ଼ ଆଶା,


ଏ ବର୍ଷା ତୁ ଆଜି ସାଜିଛୁ କୁଆଁରୀ ମନରେ ଯୌବନର ଜିଜ୍ଞାସା।


ଏ ବର୍ଷା ତୁ ଆଜି ସାଜିଛୁ ସମସ୍ତ ପ୍ରେମର ଭିନ୍ନ ଏକ ଲାଳସା,


ଏ ବର୍ଷା ତୁ ଆଜି ସୃଷ୍ଟି ଜୀବନରେ ବଂଚିରହିବାର ଛୋଟ ଏକ ନିସ୍ୱାର୍ଥପର ନିଶା।



Rate this content
Log in