ଏ ଭାଇ
ଏ ଭାଇ
ଏ ଭାଇ…
ଟିକେ ଦେଖିକି ଯାଅ..
ସର୍କସ୍ ଚାଲିଛି.. ଏ ଦୁନିଆରେ..
ବାଘ ସିଂହ ସବୁ ପୋଷା ଏଇଠି..
ମଣିଷ କିନ୍ତୁ ହିଂସ୍ର ହୋଇଛି..!!??
ପରିବାର ପାଇଁ ଇତର ବି କାନ୍ଦେ..
ନର ସମ୍ପର୍କର ହତ୍ୟା କରୁଛି..!!??
ସର୍କସ୍ ଚାଲିଛି.. ଏ ସଂସାରରେ..
ହାତୀ କଥା ଶୁଣି ଉଠ ବସ୍ ହୁଏ..
ମଣିଷ କାହା କଥା ମାନୁନି..!!??
ପକ୍ଷୀମାନେ ଏଠୁ ଉଡ଼ନ୍ତି ନାହିଁ..
ମଣିଷ କିନ୍ତୁ ପାଖରେ ରୁହେନି..!!??
ସର୍କସ୍ ଚାଲିଛି.. ଚାରିପାର୍ଶ୍ୱରେ..
ନିଆଁ କିଛି ପୋଡ଼ି ପାରେନି ଏଇଠି..
ମନ କିନ୍ତୁ ଜଳି ପୋଡ଼ି ଯାଇଥାଏ..!!??
ଛୁରୀକା ଦେହରେ ବିଦ୍ଧ ହୁଏନି..
କଥା କିନ୍ତୁ ଛାତି ଚିରି ଦେଇଥାଏ..!!??
ସର୍କସ୍ ଚାଲିଛି.. ଏ ରଙ୍ଗମଞ୍ଚରେ..
ଜୋକର୍ ହୋଇ ରଙ୍ଗ ବୋଳି..
ସଭିଙ୍କୁ ହସାଇ ହସିବାକୁ ହୁଏ..!!
କାନ୍ଦିବା ମନା ହୋଇଥାଏ ଏଠି..!!
ତେଣୁ ସର୍ବଦା କାନ୍ଦିବାକୁ ହୁଏ..!!??
ସର୍କସ୍ ଚାଲିଛି.. ପ୍ରତିକ୍ଷଣରେ..
ଆଉ ସର୍କସ୍ ଟିଏ ଚାଲିଲା ବେଳେ..
ସତ ସବୁ ଡାହା ମିଛ ଲାଗିଥାଏ..!!??
ମିଛ ସବୁକୁ ସତ ମାନି ଏଠି..
ମିଛରେ କେତେ ଖୁସି ଲାଗିଥାଏ..!!??
ଏ ଭାଇ..ଟିକେ ଦେଖିକି ଯାଅ..
ସର୍କସ୍ ରେ ନିଜ ଜାଗା ଖୋଜି ପାଅ..!!
କେଉଁଠି ଖାଲି ସ୍ଥାନ ଆଉ ନାହିଁ..!!
ଆଜି ଅଛୁ ସବୁ.. କାଲି କିଏ ନାହିଁ..!!??
