STORYMIRROR

Dharmaraj Mahamallik

Others

3  

Dharmaraj Mahamallik

Others

ଏ ଅଦିନିଆ ବର୍ଷା ଆଉ ଅନାବନା ଭାବନା

ଏ ଅଦିନିଆ ବର୍ଷା ଆଉ ଅନାବନା ଭାବନା

1 min
225


ଅଦିନିଆ ମେଘ ର ସେ,

ଶ୍ଵେତବର୍ଣ୍ଣୀ ମୁକ୍ତାରୂପୀ ଧାରା ।।

ଅତୀତ ର ପୃଷ୍ଠା କୁ ଭିଜେଇ

ମନ କୁ ହଜେଇ କରେ ତା'କୁ ନିଆରା ।।

ତା'ର ସେ ମର୍ମସ୍ପର୍ଶୀ ଛିଟା

ହୃଦୟ ରେ ଭରି ଦିଏ ମହକ ।।

ଅପାସୋରା ସ୍ମୁତି କୁ ସାଉଁଟି

ମନ ରେ ଖେଳାଇ ତା'କୁ କରେ ଭାବୁକ ।।

ଅପାସୋରା ସ୍ମୃତି କୁ କରି ଜୀବନ୍ତ

ଜାଗ୍ରତ କରୁ ମୁହୂର୍ତ୍ତ ଅନ୍ତରଙ୍ଗ ।।

ହୃଦୟ ର ପୋଖରୀ ରେ ପକାଇ ଟେକା

ମନ ରେ ସୃଷ୍ଟି କରୁ ଏକ ନୁଆ ତରଙ୍ଗ ।।

ତୋ'ର ଜୋସ୍ନାଭରା ବିନ୍ଦୁ ରେ

ତନୁ ରେ ସିଞ୍ଚାଇ କରୁ ତାକୁ ଜୀବନ୍ତ ।।

ସ୍ମୃତି ସହ ବର୍ତମାନ କୁ କରି ସଂଯୁକ୍ତ

ମନ ରେ ଆଗମନ କରାଉ ୠତୁ ବସନ୍ତ ।।

ମନ ରୂପୀ ନୋୖକା ମାଧ୍ୟମ ରେ

ସ୍ମୃତି କୁ ଭାସାଇ ତୁ କରୁ

ଅତୀତ ରୂପୀ କୂଳ ସଂହାର ।।

ବିଗତ ସ୍ମୃତି କୁ ଝୁରି

ମନ ରେ ସ୍ବାଗତ କରୁ ତା'ର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍