ଦୟିନୀ
ଦୟିନୀ
1 min
272
ମାଟି ମା କୁ ମାଗିଲି ଟିକିଏ ହସ
ସେ ଦେଲା ଅଜାଡି ମେଞ୍ଚାଏ ବିଷ ।
ଆକାଶକୁ ମାଗିଲି ଟୋପିଏ ପାଣି
ସେ ଦେଲା ଲୁଣିଆ ନଈ ଟେ ଆଣି ।
ଇନ୍ଦ୍ରଧନୁ କୁ କହିଲି ଦେ ଟିକେ ରଙ୍ଗ
ସେ ଦେଲା ଆଣି କଳା ମେଘ ।
ତାରା କୁ ଡାକିଲି ଆ ହେବୁ ସାଙ୍ଗ
ସେ ଫୋପାଡ଼ିଲା ଯେତେକ ରାଗ ।
ଜହ୍ନ କୁ ମାଗିଲି ଶୀତଳ ଅଲୁଅ
ଗ୍ରହଣରେ ଲୁଚାଇ ଦେଲା ତା ମୁହଁ ।
ସୂର୍ଯ୍ୟ କୁ କହିଲି ଖରା ଟିକେ ଦିଅ
ତାତି ଡ଼ହକରେ ପୋଡିଲା ଦେହ ।
ହିମାଳୟ କୁ କହିଲି ଧୈର୍ଯ୍ୟ ଦିଅ
ମୋତେ ଦେଖି ସିଏ ମୋଡିଲା ମୁହଁ ।
ବନ ଦେବୀ ଆଲୋ ମାଗେ ତୋ ପୁଅ
ସବୁଜିମା ଟିକେ ମୋ ପାଇଁ ଦିଅ ।
କେହି ଶୁଣିଲେଣି ମୋ ଦୟିନୀ
ଦୁଃଖ ଭରା ମୋ ଜୀବନ କାହାଣୀ ।
