STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଦୟାର ସାଗର ଜଗତ ଈଶ୍ବର

ଦୟାର ସାଗର ଜଗତ ଈଶ୍ବର

1 min
455


ଦୟାର ସାଗର ଜଗତ ଈଶ୍ଵର

ଦୟାମୟ ଦୟାବହି

କେତେ ନିଧାନରେ ଦୟଣା ତୋ ବହେ

ଜଗତ ମଙ୍ଗଳ ପାଇଁ


ଦାତା ପଣିଆରେ ହିମାଦ୍ରି ଶିଖର

ମହାପ୍ରଭୁ ମହାବୀର

ଦୈତ୍ୟକୁ ସଂହାରି ହେଲ ଦଇତାରୀ

ହରିଲ ପାପୀଙ୍କ ଭାର


ଦୁଃଖ ବନ୍ଧୁ ତୁମେ ଦିନ ବନ୍ଧୁ ତୁମେ

ଜଗତ ବନ୍ଧୁ ହେ ସାଇଁ

ରଙ୍କୁଣିର ଧନ ଦିନଜନ ମାନ

ଦିନ ଦୁଃଖ ନାଶ ପାଇଁ


ଦରଶନେ ତୁମ ଦୂର ହୁଏ ଦୁଃଖ

ଏତେ ଭାଗ୍ୟ ମୋର କାହିଁ

ଜଗତ ଜନରେ ହୁରି ପଡିଯିବ

କେତେ ସେବାକଲେ ପାଇ


ଦଶାନନ ଦର୍ଶି ଖିନ୍ନ ବନବାସୀ

ଦରଶନେ ଗଲା ତରି

ଗୋପାଳ ବେଶରେ କଂଶ ଚାଣୁରରେ

କୃପାକଲ ଗିରିଧାରୀ


ଦୁଧ ଦହି ସର ଖାଇ ଘରଘର

ଗୋପେ ଗୋପୀ କଲ ପାର

ଦାସିଆ ଭକତି ଦେଖି କୃପାନିଧି

ଦେଲ କୃପା ହସ୍ତେ ତାର


ଦୟା ସାଗରହେ ଦୟା ରଖି ଥାଅ

କରୁଣା ବାରିଧି ଭରି

ଦୟାଳୁ ପଣରେ ତୁମେ ଦୟାନିଧି

ଦୟାର ଦୟିତ ହରି


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍