STORYMIRROR

Kalyani Nanda

Others

3  

Kalyani Nanda

Others

ଦୟାମୟୀ ମାଁ ସମଲେଶ୍ଵରୀ

ଦୟାମୟୀ ମାଁ ସମଲେଶ୍ଵରୀ

1 min
268


ଶିମୁଳି ଗଛ ତଳେ ମାଆ ଗୋ ଉଭା ହୋଇ,

ନାମ ବହିଛୁ ଯେ 'ମାଆ ସମଲେଶ୍ଵରୀ' ରକ୍ଷାକାରିଣୀ,

ତୋ ଆଶିଷ ବଳେ ଭକ୍ତଙ୍କ ବାଧା ଯାଏ ଦୂରହୋଇ

ତୋ କୃପାବଳେ ହୋଇଛି ସମ୍ବଲପୁର ନାମେ, ସମ୍ବଳନଗରୀ ।


କୁରୁ କୁଳୁ ନାଦେ ବହିଯାଏ ମହାନଦୀ ପାଣି,

ନଦୀ କୂଳେ ଯେ ତୋ ଆସ୍ଥାନ, ମାଆ ସମଲେଶ୍ଵରୀ, 

ସଂସାରେ ବିଖ୍ୟାତ ମାତ ତୋ ମନ୍ଦିର ସମଲେଶ୍ଵରୀ,

ଦୟାମୟୀ ମାତ ତୋ ଦୟା ବଳେ ଭକ୍ତ ଯାଆନ୍ତି ଉଦ୍ଧରି।


ସମ୍ବଲପୁରରେ ରହିଛୁ ମାଆ ଗୋ ନାମ ସମଲେଶ୍ଵରୀ,

ସୁବର୍ଣ୍ଣପୁରରେ ରହିଛୁ ମାତ ନାମ ତୋହର ସୁରେଶ୍ଵରୀ,

ବଲାଙ୍ଗୀରରେ ମାତ ଅଛୁ ମାଆ ସମଲେଇ ନାମ ବହି,

ଚତୁର୍ଦ୍ଦିଗେ ତୋ ମହିମା ଅପାର ମାଆ, କେ ପାରିବ ବଖାଣି।


ତୋ ନାମ ସ୍ମରଣେ ମାତ ସର୍ବ ଦୁଃଖ ଯାଏ ଦୂର ହୋଇ,

ତୁହି ମାଆ ଭବାନୀ,ତୁହି ମାଆ ସର୍ବସହଣୀ ମାଆ ସମଲେଇ।


# ଚତୁର୍ଥ ମହା ସପ୍ତାହ, ଚତୁର୍ଦ୍ଦଶ ପଦୀ କବିତା, ଭକ୍ତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍