ଦୂରୁଁ ସୁନ୍ଦର
ଦୂରୁଁ ସୁନ୍ଦର
1 min
2.9K
ହାତ ମିଳାଇବା ଠାରୁ
ନମସ୍କାର ଭଲ,
ଓ଼ଷ୍ଠ, ଗଣ୍ଡ ଅବା ଚିବୁକରେ
ଚୁମା ନିଆ ଠାରୁ ଭଲ
ହୃଦୟ ଦିଆ ଗେଲ l
ପଢ଼ିଥିଲି ପିଲାଦିନେ
ଦୂର ପାହାଡ଼ ସୁନ୍ଦର,
ଏବେ କୋରନାର କୋରଡ଼ା ଶିଖାଇଲା
ଖାଲି ଦୂରନ୍ତ ପାହାଡ଼ ନୁହେଁ,
ପ୍ରୀତିରୁ ପ୍ରିୟତମା ଆଉ
ଅରୁଣରୁ ଅରୁଣିମା ଯାଏଁ
ସବୁ କେବଳ ଦୂରୁଁ ହିଁ ସୁନ୍ଦର l
ନିକଟତର ହେଲେ
ପୋଡ଼ିବ ହୃଦୟ ଜଳିବ ଶରୀର l
