STORYMIRROR

Narayan chandra Senapati

Others

3  

Narayan chandra Senapati

Others

ଦୂରଭାଷ

ଦୂରଭାଷ

1 min
11.5K

ବୁଦ୍ଧିଆ ବିଜ୍ଞାନୀ ଗ୍ରହାମବେଲ

ସହି ଘାତ ପ୍ରତିଘାତ

ଜନାହିତ ପାଇଁ ଉଦ୍ଭାବନ କଲେ

ସତ ଟେଲିଫୋନ ଯନ୍ତ୍ର।


ବଳୟ ତାରରେ ପ୍ଲାଷ୍ଟିକ ରିସିଭର

ବିନ୍ଦୁ ବିନ୍ଦୁ ଛିଦ୍ର ରଖି

ବିଜୁଳି ଚାଳିତ ମେସିନ ସଂଯୋଗେ

ଲ୍ୟାଣ୍ଡ ଲାଇନ ଦେଲେ ଯୋଖି।


ଦେଶ ବିଦେଶର ଆତ୍ମୀୟ ସହିତ

ଯୋଗାଯାଗ ଥିଲା ସ୍ବପ୍ନ

ସେହି ସ୍ବପ୍ନସବୁ ସାକାର କରିଲା

ଭାଷାର କରି ମିଳନ।


ଘରେ କାର୍ଯ୍ୟାଳୟେ ଦୋକାନ ବଜାରେ

ଖଞ୍ଜା ହେଲା ଏହି ଯନ୍ତ୍ର

ସାଥି ସହ ସର୍ବେ କଥାବାର୍ତ୍ତା ହେଲେ

ପ୍ରତିକ୍ଷଣ ଦିବାରାତ୍ର।


ଅନ୍ୟ ସମୟରେ ଅସୁବିଧା ବେଳେ

ପାରିଲେନି କଥାବାର୍ତ୍ତା

ଶ୍ରେଷ୍ଠ ଜୀବ ଶିରେ ଚଡକ ପଡିଲା

ଦୁଃଖର ବଢ଼ିଲା ମାତ୍ରା।


ମାର୍ଟିନ କୂପର କୌଶଳେ ଗଢିଲେ 

ମୋବାଇଲ ପରି ଯନ୍ତ୍ର

ଆଖି ନିମିଷକେ ଦୁଃଖ ଦୂରହେଲା

ସତେ ଅବା ତନ୍ତ୍ର ମନ୍ତ୍ର।


କଥାବାର୍ତ୍ତା ସହ ହିସାବ କିତାବ

ଦେଶ ବିଦେଶ ଖବର

ସଭ୍ୟତା ସଂସ୍କୃତି ସମସ୍ତ ବିଷୟ

ସେଥିରୁ ହେଲା ବାହାର।


ଫଟୋ ଉତ୍ତୋଳନ ସ୍ୱରର ବ୍ୟଞ୍ଜନ

ଜ୍ଞାନ ବିଜ୍ଞାନ ଚମକ

ଶିକ୍ଷା ସ୍ୱାସ୍ଥ୍ୟ ସହ କୃଷି କାରିଗରୀ

ନୃତ୍ୟ ଗୀତର ମହକ।


ମୋବାଇଲ ହେଲା ପରମ ମିତ୍ର ସେ

ଗୁରୁ ପଥଦର୍ଶୀ ସ୍ରଷ୍ଟା

ଗୋଟିଏ ଯନ୍ତ୍ରରେ ବିଶ୍ୱକୁ ପରଖି

ମନୁଷ୍ୟ ବନିଲା ସ୍ରଷ୍ଟା।


ଲ୍ୟାଂଡଫୋନ ସିନା କରୁଥିଲା ଖାଲି

ଯୋଗାଯୋଗ କଥାବାର୍ତ୍ତା

ଜଳ ସ୍ଥଳ ଆଉ ଆକାଶମାର୍ଗର

ମୋବାଇଲ ହେଲା କର୍ତ୍ତା।


ଫେସବୁକ ସାଥେ ୱାଟସପ ଟ୍ୱିଟର

ଇଷ୍ଟାଗ୍ରାମ ଓ ଗୁଗୁଲ

କମ୍ପୁଟର ଆଉ ଇଣ୍ଟରନେଟ କାମ

କରି କରେ ମସଗୁଲ।


ଲ୍ୟାଣ୍ଡ ଫୋନ ସିନା ସରଳା ଗାଉଁଲି

ଦିଏ ନାହିଁ କେବେ ଦୁଃଖ

ସ୍ୱର୍ଗ ସୁଖ ଦିଏ ମୋବାଇଲ ପୁଣି

ପ୍ରାଣ ନେଇ ଦିଏ ଦୁଃଖ।


ହେଉ ମୋବାଇଲ ଅବା ଲ୍ୟାଣ୍ଡ ଫୋନ

(ସେ)ମାନବ ଜାତି ବିଶ୍ୱାସ

ଆଶା ଆଶ୍ୱାସନା ଭରସାର ସାଥି

ନାଁ ତାର ଦୂରଭାଷ।


Rate this content
Log in