STORYMIRROR

Puspanjali Panda

Others

3  

Puspanjali Panda

Others

ଦୂର

ଦୂର

1 min
346

କେତେ ଦୂର ଯାଣିଛ?

କେବେ ତ ଯାଇନ ସେଠିକୁ,

ପାଖ ବାଟ କି ଦୂର ବାଟ

କେମିତି ଯାଣିଲ?

ମୁଁ ଯାଇନାହିଁ ସତ,

ମୁଁ ଦେଖି ନାହିଁ ସତ,

ଖାଲି ଶୁଣିଛି।

କେଉଁ ଦେଶ,କେଉଁ ଗାଁ, 

ଯିବାର ମାଧ୍ୟମ

କିଛି ଜାଣିନି ସତ।

କିନ୍ତୁ ମୁଁ, ତମେ,ଆମେ ସମସ୍ତେ ଯିବା

ଏକଥା ଖାଣ୍ଟି ସତ।।

ଡରି ଗଲକି ?

ଯିବା ସହ ମୃତ୍ୟୁକୁ ଯୋଡ଼ି ଦେଲ କି?

ପଚାରି ତ ହେବନି,

ଯାତ୍ରୀ ମାନଙ୍କୁ ,ଯିଏ ଥରେ ଯାଇଛି ।

ଫେରିଛି କି?

ଖୁବ୍ ଦୂର କି ଖୁବ୍ ପାଖ....!

ଜାଣିବା ଦରକାର ନାହିଁ

ଦେଖିବା ଦରକାର ନାହିଁ

ଦେହ କୋଉ ସାଙ୍ଗରେ ଯାଏକି?

କଣ ଯାଏ କେମିତି ଯାଏ

ବଞ୍ଚିବା ପାଇଁ କି ସଂଗ୍ରାମ ଏଠି

ଅହରହ ଦେଖୁନାହକି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍