STORYMIRROR

Kali Kumar

Others

3  

Kali Kumar

Others

ଦୂର ସମ୍ଭାବନା

ଦୂର ସମ୍ଭାବନା

1 min
476

 


ଦୂର ପାହାଡ଼ ଲାଗେ ସୁନ୍ଦର

ସମୀପ ଗଲେ ଖାଲ ଢ଼ିପ,

ଦୁର୍ଗମ ପଥେ ବନ୍ଧୁର ଶିଳା

କେତେ ଭୀମକାନ୍ତ ରୂପ ।।


ଦୂରୁ ଲାଗଇ ଆକାଶ ବୋଧେ

ଶୋଇଛି ଧରଣୀ କୋଳେ,

ପାଖକୁ ଗଲେ ଦିଶଇ ସତେ

ନୂଆ ଝାଉଁବଣ ସହ ମିଳେ ।।


ବେଳାଭୂମିରୁ ଉତ୍ତାଳ ତରଙ୍ଗ

କେତେ ମନରୋମ ଦିଶେ

ନିକଟୁ ଥରେ ନିରିଖି ଦେଖିଲେ

ଲାଗେ, ଯମ କି ଗରଜି ଆସେ ।।


ଦୂରରୁ ଯାହା ଯେମିତି ଦିଶଇ

ସବୁ ତ ନୁହଁ ସତ,

କାଉ କଣ ଗାଇ କି ପାରିବ

ମଧୁର କଣ୍ଠରେ ଗୀତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍