STORYMIRROR

PRABHAS KUMAR MOHAPATRA

Others

3  

PRABHAS KUMAR MOHAPATRA

Others

ଦୁଷ୍ଟାମି ଛାଡି ଦେଲି

ଦୁଷ୍ଟାମି ଛାଡି ଦେଲି

1 min
353

ମନେ ପଡେ ଆଜି ପିଲା ଦିନ କଥା

ଥିଲି କେତେ ମୁହିଁ ଦୁଷ୍ଟ ।

ଆଜି ଯେ ଦୁନିଆ ଦେଖି କହୁ ଅଛି

ପିଲା କେତେ ଶାନ୍ତଶିଷ୍ଟ ।।୧


ଜାଣି ନାହିଁ ମୁହିଁ ପିଲାଦିନେ ସେହି

ଚଗଲା କାହିଁକି ଥିଲି ।

ଚଳନ୍ତା ଗାଡ଼ିରେ ଚଢ଼ୁଥିଲି ମୁହିଁ

ଗଲେଣି ସଭିଏଁ ଭୁଲି ।।୨


ତଥାପି ମୋ ମନେ ଅଛି ସ୍ମୃତି ସ୍ଥାନେ

ଗଲେଣି ସଭିଏଁ ଭୁଲି ।

ଥିଲାକି ଅଭ୍ୟାସ କୁ ସେ ଅଭ୍ୟାସ

ଯାହାକୁ ମୁଁ ଛାଡି ଦେଲି ।।୩



Rate this content
Log in