STORYMIRROR

Jyotirmoyee Mohanty

Others

3  

Jyotirmoyee Mohanty

Others

ଦୁଷ୍ଟ ସମୟ

ଦୁଷ୍ଟ ସମୟ

1 min
451

କିଏ କୁହେ ସମୟ ଫେରେନା

ସମୟ ଫେରୁଥାଏ ବାରମ୍ବାର

ଯିଏ ଆଞ୍ଜୁଳାଏ ସ୍ମୃତିରେ ବଞ୍ଚେ

ସ୍ବପ୍ନରେ ହଜେ ।


ପୁରୁଣା ପ୍ରେମିକ ପରି

ପାଦ ଚିପି ଚିପି ସମୟ ଆସେ

ଭଗ୍ନ ହୃଦୟ ନିକଟେ

ମୁଠାମୁଠା ସ୍ମୃତି ନେଇ

ସ୍ବରତୋଳି ରାଗ ଗାଏ

ଭଗ୍ନବୀଣାରେ ତାର ଯୋଡି ଯୋଡି ।


ଆହୁରି କ୍ଷତାକ୍ତ, ରକ୍ତାକ୍ତ କରିଦିଏ ହୃଦୟକୁ

ମନକୁ ହାଣେ ଟିକ୍ ଟିକ୍ କରି।

ବାୟାର କି ଯାଏ ବାୟା କଲେ ବସା ଦୋହଲୁଥାଏ ପରି

ସମୟର ନା ଥାଏ ମନ ନା ହୃଦୟ।

କ୍ଷତର ମଲମ ହେବା ବାହାନାରେ

ପୁଣିଥରେ ଉଖାରି ଦେଉଥାଏ

ପୁରୁଣା କ୍ଷତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍