ଦୁଷ୍ଟ ସମୟ
ଦୁଷ୍ଟ ସମୟ
1 min
447
କିଏ କୁହେ ସମୟ ଫେରେନା
ସମୟ ଫେରୁଥାଏ ବାରମ୍ବାର
ଯିଏ ଆଞ୍ଜୁଳାଏ ସ୍ମୃତିରେ ବଞ୍ଚେ
ସ୍ବପ୍ନରେ ହଜେ ।
ପୁରୁଣା ପ୍ରେମିକ ପରି
ପାଦ ଚିପି ଚିପି ସମୟ ଆସେ
ଭଗ୍ନ ହୃଦୟ ନିକଟେ
ମୁଠାମୁଠା ସ୍ମୃତି ନେଇ
ସ୍ବରତୋଳି ରାଗ ଗାଏ
ଭଗ୍ନବୀଣାରେ ତାର ଯୋଡି ଯୋଡି ।
ଆହୁରି କ୍ଷତାକ୍ତ, ରକ୍ତାକ୍ତ କରିଦିଏ ହୃଦୟକୁ
ମନକୁ ହାଣେ ଟିକ୍ ଟିକ୍ କରି।
ବାୟାର କି ଯାଏ ବାୟା କଲେ ବସା ଦୋହଲୁଥାଏ ପରି
ସମୟର ନା ଥାଏ ମନ ନା ହୃଦୟ।
କ୍ଷତର ମଲମ ହେବା ବାହାନାରେ
ପୁଣିଥରେ ଉଖାରି ଦେଉଥାଏ
ପୁରୁଣା କ୍ଷତ ।
