ଦୁଷ୍କର୍ମ
ଦୁଷ୍କର୍ମ
କାମନାର ସ୍ଫୁଲିଙ୍ଗ ଯେବେ
ହୃଦୟକୁ କରେ କମ୍ପମାନ
କାମ ବାସନାରେ ଜର୍ଜରିତ କାମାନ୍ଧ
ଜଳେ ହୁତୁ ହୁତୁ ହୋଇ ହୁତାଶନ ॥
କାମନାର ବାଡବାଗ୍ନି ହୋଇ ଉତ୍କ୍ଷେପଣ
ଉତ୍ତମାଙ୍ଗକୁ କରାଇ ଉତ୍ତପ୍ତ
ନାଶକରେ ହିତାହିତ ଜ୍ଞାନ ॥
ତଡିତ୍ ବେଗରେ ଖେଳାଇ ଶିହରଣ
ଆଣେ ଶରୀରେ ପ୍ରବଳ ପ୍ରକମ୍ପନ
ସମ୍ଭୋଗ ଲାଳସାରେ ହୋଇ ମୂହ୍ୟମାନ
ହରାଇ ବସେ କାମାନ୍ଧ ବୟସର
ତାରତମ୍ୟ ଜ୍ଞାନ ॥
ହେଉ ସେ ତରୁଣୀ,ବୃଦ୍ଧା,ବାଳିକା
ଅବା ଅପ୍ରାପ୍ତ ବୟସ୍କା,
କାମ ବାଣେ ଜର୍ଜରିତ କାମାନ୍ଧ
ମେଣ୍ଟାଏ ତା ସମ୍ଭୋଗ ଲାଳସା ॥
ମିଳୁ ପଛେ ତାକୁ ଜେଲ୍ ଜୋରିମାନା
ଅବା ମୃତ୍ୟୁଦଣ୍ଡ - ଫାଶୀ
ସମ୍ଭୋଗ ଲାଳସାକୁ ନପାରି ସେ ତେଜି
କରିଥାଏ ଚରିତାର୍ଥ ଯଥା ମଧୁମକ୍ଷିକା
କରେ ମଧୁ ପାନ ହୋଇ ଅତି ଖୁସି ॥
କିନ୍ତୁ ହାୟ! ନାରୀଙ୍କର ଅଙ୍ଗ ଅନାବୃତ
ବେଶ ପରିପାଟୀ,
ଟିଭି ଚଳ ଚିତ୍ରେ ଦୃଶ୍ୟମାନ ଅର୍ଦ୍ଧ ନଗ୍ନ ଛବି
କରେ ମତୁଆଲା ,କାମାତୁରା,ମଦପ୍ରମତ୍ତ,
ପଥଭ୍ରଷ୍ଟ ଦେଶେ ଯୁବଗୋଷ୍ଠୀ ॥
ମାତ୍ର ସେଥିପ୍ରତି ନାହିଁ କାର ନିଘା
ଅବା ଅନ୍ତଃ ଦୃଷ୍ଟି ॥
ସତେ କି ଆସିବ ସୁଦିନ
ଧର୍ଷଣକାରୀର ହୃଦେ ଉଦୟ ହେବ
ନୈତିକତା ଜ୍ଞାନ ?
ମୃତ୍ୟୁଦଣ୍ଡ ଭୟେ ଆଉ ଘଟିବନି
ବାରମ୍ବାର ଧର୍ଷଣ ଅବା
ନାରୀ ନିର୍ଯାତନା ଅଘଟଣ ॥
{ତା୨୬-୦୪-୨୦୧୮}
