STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଦୁର୍ନୀତି ( ସନେଟ୍)

ଦୁର୍ନୀତି ( ସନେଟ୍)

1 min
1K



ଦୁର୍ନୀତିର କାୟା ବ୍ୟାପିଛି ଚୌଦିଗେ ଭୂମିଠାରୁ ଭୂମା ଯାଏ

ମହାଦ୍ରୁମଟିଏ ଦୃଶ୍ୟରେ ଅଦୃଶ୍ୟ ହାତ ଅପହଂଚ ହୁଏ ।।

ଅନୀତି ଅଧର୍ମ ବନ୍ଧୁର ପଥରେ ସଗର୍ବେ ଦୁର୍ନୀତି ଭ୍ରମେ

ନୀତି ନୈତିକତା ସତ୍ୟ ଓ ସାଧୁତା ତମିସ୍ରା ବଳୟେ ଗମେ ।।


କଲମର ମୁନେ ଦୁର୍ନୀତି ରହିଛି ଅଛି ମନ୍ଦିରର ଗାତ୍ରେ

ଦୁର୍ନୀତିର ପୃଷ୍ଠା ଖୋଲିବାକୁ ହେଲେ ନ୍ୟାୟ ବନ୍ଦୀହୁଏ କେତେ।।

ଦୁର୍ନୀତି ଗାଉଛି ବିଜୟ ଗୀତିକା ହାତେ ସ୍ବାର୍ଥ ବୈଜୟନ୍ତୀ

ନ୍ୟାୟ ର ଝଲକ ନିଷ୍ପ୍ରଭ ଅସ୍ପଷ୍ଟ, ନିସ୍ପନ୍ଦ ହୁଅଇ ଛାତି ।।


ଚର୍ବି-ଘିଅ ବତୀ ଜଳେ ମାନବିକତାର ବତୀ ଲିଭିଯାଏ

ଛଳନା ଅସତ୍ୟର ମାୟା ମରୀଚିକା ହୃଦୟକୁ ଛୁଉଁଥାଏ ।।

ଶକୁନିର ଅଟ୍ଟହାସ୍ୟ ସୃଷ୍ଟିକରେ କେତେ ପ୍ରତିଧ୍ବନି ନିତି

ମନ୍ଥରାର କୂଟଚକ୍ରେ ବିକଳାଙ୍ଗ ଯେତେ ପୁଣ୍ୟ ରାଜନୀତି ।।


ଜଙ୍ଗଲୀ ଖାତା ଖସଡା ମଦ-ବେଦ ସବୁ ଏଠି ଏକକାର

ଦୁର୍ନୀତି ବାଣ୍ଟୁଛି ନ୍ୟାୟ ଓ ବିବେକର ମହାର୍ଘ ପୁରସ୍କାର ।।

------------------------------

ଶରତ କୁମାର ଦାସ ,ବଡବିଲ ମହାବିଦ୍ୟାଳୟ, ବଡବିଲ ।


Rate this content
Log in