STORYMIRROR

SIBENDU SARASWATA PANDA

Others

5.0  

SIBENDU SARASWATA PANDA

Others

ଦୁର୍ଗତିନାଶିନୀ ମା' ଦୁର୍ଗା

ଦୁର୍ଗତିନାଶିନୀ ମା' ଦୁର୍ଗା

1 min
284

କାଶତଣ୍ଡୀ ଫୁଲ ତାଳେ ତାଳେ ଆଜି

ଆସ ଗୋ ମା' କାତ୍ୟାୟନୀ,

ସୃଷ୍ଟି ରକ୍ଷାକାରୀ କରୁଣାର ଧାରା

ତୁମେ ମହିଷାମର୍ଦ୍ଦିନୀ।

ଯୁଗେ ଯୁଗେ ତୁମେ ନାଶ କରିଅଛ

ଅଧର୍ମର ସବୁ ଗାଥା,

ସଙ୍କଟହାରିଣୀ ମା'ଗୋ ତୁମ ପାଦେ

ନଇଁ ଯାଏ ଆପେ ମଥା।

ତନ୍ମୟ ତଲ୍ଲୀନ ପୁଲକିତ ଚିତ୍ତ

କମନୀୟ ରୂପକାନ୍ତି,

ଗାଏ ଆବାହନୀ ବିଜନ ବେଳରେ

ସତ୍ୟର ଅମର ଗୀତି।

ସତ୍ୟ ଯୁଗେ ତୁମେ ନାଶ କରିଥିଲ

ଦୁଷ୍ଟ ମହିଷା ଅସୁର,

ତ୍ରେତୟାରେ ପୁଣି ପ୍ରଭୁ ଶ୍ରୀରାମଙ୍କୁ

ଦେଲ ବିଜୟର ବର।

ଆଶ୍ୱିନର ଶେଷେ କାଶତଣ୍ଡୀ ସାଥେ

ବିରାଜ ମା ଦେବୀ ଦୂର୍ଗେ,

ନଅଦିନ ବ୍ୟାପି ପୂଜା ପାଇଥାଅ

ନଅଟି ଭିନ୍ନ ସ୍ୱରୁପେ।

ମୁଠାଏ କଅଁଳ ଆଶିଷକୁ ବାନ୍ଧି

ଆସିଥାଅ ମହାମାୟୀ,

ଧରାପୃଷ୍ଠେ ସବୁ ଭକତଙ୍କୁ ବାଣ୍ଟି

ଯାଅ ସବୁ ଦୁଃଖ ନେଇ।



Rate this content
Log in