Kalpana Ray

Others


3  

Kalpana Ray

Others


ଦୁର୍ଘଟଣା

ଦୁର୍ଘଟଣା

1 min 176 1 min 176


ଦୁର୍ଘଟଣା,ଆତଙ୍କିତ ମନ ସୃଷ୍ଟିକାରୀ

ଏଥିରେ କିଛି ବି ହେଇପାରେ

ସୁନ୍ଦର ଅସୁନ୍ଦର ହୁଏତ

କିଛି ଅଂଶ ବା ଅଙ୍ଗ ତୃଟି ବା ଵିକାର

କିଏ ପାଗଳ‌ ହୁଏ ତ କିଏ ମୂକ


ଆଶ୍ଚର୍ଯ୍ୟ, ଦୁର୍ଘଟଣା ପ୍ରେମ ବି ସୃଷ୍ଟି କରି ପାରେ

ଆଧ୍ୟାତ୍ମିକ ଚିନ୍ତନ କୁ ପାଶୋରି ପାରେ ତ ମୁଣ୍ଡରେ ପଶିପାରେ

ଯାନବାହାନ ଘରଦ୍ୱାର ନଷ୍ଟ ହୋଇପାରେ

ଘର ବା ଗାଡ଼ି ପୋଡ଼ି ଯାଇ ପାରେ


ଦୁର୍ଘଟଣାରେ ବଡ଼ବଡ଼ ଲୋକ ମରିଗଲେ ମଧ୍ୟ

ନିହାତି ଛୋଟ ଶିଶୁଟି ବଞ୍ଚିଯାଏ

ଦୁର୍ଘଟଣା, ସମୟ ଓ ଆର୍ଥିକ ଦୁଃସ୍ଥିତି ଡାକିଆଣେ


ଦୁର୍ଘଟଣାରେ କିଛି ବି ଘଟିପାରେ

ନ ଘଟି ବି ପାରେ

ଦୁର୍ଘଟଣା ବଶତଃ କିଏ ଅନ୍ନ ସଂସ୍ଥାନ ମିଳିପାରେ

ଜଣଙ୍କ ଭାଗ୍ୟ ହୁଏ ତ ଵଦଳିଯାଇପାରେ


ଦୁର୍ଘଟଣା ସର୍ବଦା ଆତଙ୍କ ଭୟ ଉଦ୍ରେକକାରୀ

ଭଲ ନ ଜାଣିବା ପର୍ଯ୍ୟନ୍ତ ଅଭିଯୋଗକାରୀ

ଦୁର୍ଘଟଣା, ଅଚିହ୍ନା ଲୋକଙ୍କୁ ନିଜର କରେ

ପର ଲୋକ ହୁଏତ ନିଜର ହୁଅନ୍ତି


Rate this content
Log in