STORYMIRROR

Bunee Tripathy

Others

2  

Bunee Tripathy

Others

ଦୁର୍ଘଟଣା

ଦୁର୍ଘଟଣା

1 min
105

ଜୀବନର ଲମ୍ବା ରାସ୍ତାରେ

ଚାଲୁଚାଲୁ ଘଟିଯାଏ ଅନେକ ଘଟଣା

କିଏ ତାକୁ ଦୁର୍ଯୋଗ କହୁଥିଲେ

କିଏ ତାକୁ ଦୁର୍ଘଟଣା କୁହେ।

ଅଧାବାଟରେ ଭାଙ୍ଗିଯାଏ

ସବୁ ସ୍ବପ୍ନ,ସବୁ ଆଶା

ଅଧାଗଢା କାନ୍ଥସବୁ

ପାଣି ଖାଇଖାଇ ବ୍ଯତିବ୍ଯସ୍ତ

ଖୋଜୁଥାନ୍ତି ମୁଣ୍ଡ ଉପର ଛପର

ହେଲେ କଣ ହେବ

ମୋତିମାଳାଟି ଯେ ଛିଣ୍ଡିଯାଇଛି

ବିକ୍ଷିପ୍ତ ହୋଇ ଏଣେତେଣେ

ବିଛାଡି ହୋଇ ପଡିଛି ମାଳିଗୁଡିକ

ଯିଏ ଆଗାମୀ କାଲିର ସୂର୍ଯ୍ଯଦୋୟକୁ

ଦେଖିବା ପାଇଁ ଶିଘ୍ର ଶୋଇପଡିଥିଲା

ସେ ଆଉ ଉଠିଲା ନାହିଁ,

ଶୋଇଛି ଯେ ଶୋଇଛି

ଯେଉଁ ଆଖିପତା ବନ୍ଦ କରିଦେଲା

ତାହା ଯେ ଆଉ ଖୋଲିବନି

ଏ କଥା ସମସ୍ତେ ଜାଣି

ଖାଲି କୁହାକୁହି ହେଉଛନ୍ତି

କି ଦୁର୍ଘଟଣା

ଭଲମଣିଷଟା !!!

ବାଢିଲା ପଖାଳ କଂସାକୁ ଆଶାନାହିଁ।


ଏଇଟା ତ ଜୀବନ

ଜଳୁଥିବା ଦୀପଟିରେ କେତେବେଳେ ଯେ

ତେଲ ସରିଯିବ,ଆଉ

ଲିଭିଯିବ ଜଳୁଥିବା ଦୀପଟି

ସେ କଥା ଭାବିହୁଏନି

ଦୁର୍ଘଟଣା,ପଚାରି ବୁଝି ଆସେନି

ସେ ତ ନିୟତି ଇଙ୍ଗିତରେ ପରିଚାଳିତ

ହୁକୁମ ପାଇଲା ମାତ୍ରେ

ଖେଳିଯାଏ ଏ ସାରା ବ୍ରହ୍ମାଣ୍ଡ

ଆଉ ତା ଆଗରେ ଯିଏ ପଡିଲା

ତାର ଲହଲହ ଜିଭଟା

ଭିଡିନିଏ ତା କବଜାକୁ।

ଆମେ ନାଚାର,ହାତ ଗୋଡ ବନ୍ଧା

ବଳି ପକାଇବାକୁ ନେଉଥିବା ଛାଗଭଳି

ଆମେ କେବଳ ମେଁ ମେଁ କରି

ପାଟି କରିବା,ହେଲେ

ଜହ୍ଲାଦ ରୂପି ଦୁର୍ଘଟଣାରୁ

ପାଇବାନି ମୁକ୍ତି।


ତେଣୁ ବଞ୍ଚିବା ପ୍ରତିକ୍ଷଣେ,ପ୍ରତିଟି ମୁହୂର୍ତ୍ତ

ହସିହସି କରି ଉପଭୋଗ

ଆନନ୍ଦରେ ବାହିନେବା ସଂସାର ତରୀ।

   


Rate this content
Log in