Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ଶୁଭ୍ରା ସୁଚିତ୍ରା ମହାନ୍ତ

Others

4.0  

ଶୁଭ୍ରା ସୁଚିତ୍ରା ମହାନ୍ତ

Others

ଦୁର୍ଘଟଣା

ଦୁର୍ଘଟଣା

1 min
200


ଦୁର୍ଘଟଣା କେବେ କହିକି ଘଟେନି

ଯାହା ହେବାର ଥାଏ ହୁଏ

ଭାଗ୍ୟର ମଧ୍ୟ ଦୋଷ ନାହିଁ ଏଠି 

ବିଧିର ବିଧାନ ଅଟଇ ଇଏ ॥


କାହାର ସଂସାର ଉଜୁଡ଼ି ଯାଏ 

କାହାର ଜୀବନ ଯାଏ 

କେବେ ସମ୍ପତ୍ତି ନଷ୍ଟ ହୋଇଯାଏ 

କେବେ ପ୍ରାଣ ବଞ୍ଚି ରହେ ॥


କିଏ ଆତ୍ମ ପରିଜନଙ୍କୁ ହଜାଏ 

କିଏ ସ୍ମୃତିଶକ୍ତି ହରାଏ 

କିଏ କୋମାରେ ପୀଡିତ ହୁଏ 

କିଏ ଅଧ ଖଣ୍ଡିଆ ହୁଏ ॥


ଏମିତି କିଛି ଲୋମହର୍ଷଣକାରୀ 

ଦୃଶ୍ୟ ଦେଖିବାକୁ ମିଳେ 

ଯେବେ ଦୁର୍ଘଟଣା ଟିଏ ଘଟେ 

ଜୀବନ କାନ୍ଦେ ବିକଳେ ॥


ମୃତ୍ୟୁ ସମ୍ମୁଖରେ ଦେଖା ଯାଏ 

ମନ ଭୟଭୀତ ହୁଏ 

ସତେ ଯେମିତି ଅସମୟରେ 

କାଳ ପହଞ୍ଚି ଯାଏ ॥



Rate this content
Log in