STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଦୁର୍ଗାଙ୍କ ଆରାଧନା

ଦୁର୍ଗାଙ୍କ ଆରାଧନା

1 min
188


ନମଃ ନମଃ ଦୁର୍ଗେ ସୁଖୀ ତୁ କରୁ

  ନମଃ ନମଃ ଅମ୍ବେ ଦୁଃଖ ତୁ ହରୁ।


ଅପୂର୍ବ ଅଟେଟି ଜ୍ୟୋତି ତୁମର 

  କରୁଣା କରୁ ମା ଭକ୍ତଙ୍କୁ ତୋର।


ନବ ଦୁର୍ଗା ରୂପ ଅଷ୍ଟମ ରୂପେ

  ନାମ ମହାଗୌରୀ ରୂପର ରୂପେ।


କରୁଣା କରୁ ମା ହେ ଜଗମାୟା

  ଅତି ବିଶାଳଟି ଅଟେ ମା କାୟା।


ତବ ବିନୁ ଗତି ନାହିଁରେ କାର

  ଦେବ କି ଦାନବ ଅଟେ ସେ ନର।


ଭକ୍ତଙ୍କ ପାଇଁ ତୁ କରୁଣାମୟୀ

  ଦୁଷ୍ଟ ପାଇଁ ଦୁଷ୍ଟ ହେ ଜଗମାୟୀ।


ପାପୀ ବିନାଶନେ ଧରିଣ ରୂପ

   କରୁତୁ ବିନାଶ ଦୁଷ୍ଟଙ୍କ ଦର୍ପ।


ଅଷ୍ଟମ ଦିବସେ ରୂପ ଗୌରୀ ମା 

 ନଡ଼ିଆ ଭୋଗଟି ଦେବିତୋତେ ମା।


ତୋର ନୈବେଦ୍ୟଟି ନଡ଼ିଆ ଭୋଗ

  କରିବୁ ଗ୍ରହଣ ଆଦରେ ଭୋଗ।


ମୟୂର ଦର୍ଶିତ ସବୁଜ ରଙ୍ଗ

   ବସ୍ତ୍ର ଅଟେ ପରା ଅଷ୍ଟମୀ ରଙ୍କ।


ପିନ୍ଧନ୍ତି ମହିଳା ଭକ୍ତିରେ ଏହି

   ପୂଜନ ତହର ପ୍ରେମରେ ରହି।


ଘେନ ଆଦି ମାତା ଭକତି ଆମ

  ଗୃହର ମଙ୍ଗଳ କରଟି ଆମ।


ମନବାଞ୍ଚା ପୂର୍ଣ୍ଣ କର ଜନନୀ

  ଆଶୀର୍ବାଦ ଦିଅ ଜନେ ଭବାନୀ।।


ଶକ୍ତିଶାଳୀ ହେଉ ରାଷ୍ଟ୍ର ଆମର 

  କର ମାତା ତହିଁ ଆତ୍ମନିର୍ଭର।


ଜନ ଅଭିଳାଷା ପୂରଣ କର 

  ବିଶ୍ବଗୁରୁ କର ରାଷ୍ଟ୍ର ଆମର।


ଦେଶ ଶତ୍ରୁ ମାତା ବିନାଶ କର

  ଧର୍ମର ସ୍ଥାପନା ଜନନୀ କର।


ସତ୍ୟ ଅହିଂସାର ମନ୍ତ୍ର ଗୁଞ୍ଜନ

  ପ୍ରେମ ଶ୍ରଦ୍ଧା ରହୁ ମା ଚିରନ୍ତନ।


ସମଭାଵଟି ଅଙ୍କୁରିତ କର

  ଜାତିପ୍ରଥା ମା ରାଷ୍ଟ୍ରୁ ଦୂର କର।


ଏତିକି ମାଗୁଣି କରେ ଜନନୀ

  କର୍ତ୍ତବ୍ୟରେ ରହୁ କର୍ମକୁ ଘେନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍