STORYMIRROR

Pranati Mahapatra

Others

2  

Pranati Mahapatra

Others

ଦୁର୍ବାର ଆଶା

ଦୁର୍ବାର ଆଶା

1 min
177

ଅଜବ ନିଶା,

ବୁଦ୍ଧି, ଜ୍ଞାନ ଓ ବଳରେ ସବୁକିଛି

ଜୟ କରିବାର ଅଦମ୍ୟ ଲାଳସା,

ପରିବର୍ତ୍ତନ କରିବାକୁ ଚାହେଁ

ନିଜ ଇଚ୍ଛା ରେ

ଜନମ ଠୁ ମରଣ ପର୍ଯ୍ୟନ୍ତ।


ନିମିଷକେ ଗଢିଦିଏ ତ 

ପୁଣି ଭାଙ୍ଗିଦିଏ।


ଅନନ୍ତ,ଅସୀମ ପୃଥ୍ଵୀକୁ

 ଧରିବାର ଇଚ୍ଛା,

ପ୍ରବଳ ପରାକ୍ରମରେ

ଜିଣିବାର ଶପଥ,ଜାଣିବାର ଜିଜ୍ଞାସା।


ରାବଣ କରିପାରି ନ ଥିଲା ଯାହା

ସରଗ ଛୁଇଁ ବାର ଇଚ୍ଛା ବି।


ଏ ଧରାମାନବ,

ବିଜ୍ଞାନ ବଳରେ

ସ୍ଵହସ୍ତରେ ଛୁଇଁବ,ପୁଣି ଲଗାଇବ

ସରଗକୁ ନିଶୁଣୀ।


ଏ ହୁଏତ ଭ୍ରମ ହୋଇପାରେ ଅବା

ଅସମ୍ଭବ କୁ ସମ୍ଭବ କରିପାରିବ,

ସ୍ଵର୍ଗର ଇନ୍ଦ୍ର ସଭାକୁ ଯାଇ ପାରିବ,

ଦେବ ସଭାର ଇନ୍ଦ୍ର, ବରୁଣ,ଯମଙ୍କୁ 

ବି ନିଜ କରାୟତ କରିବ।


ରଖିବ ନିଜ ଆୟତରେ,

ଦେଖାଯାଉ

ଏଭଳି ପାଗଳାମୀ,

ଅଦ୍ଭୁତ ନିଶା,

କେବେ ହେଉଛି ସମ୍ଭବ,

କେବେ ସ୍ଵହସ୍ତରେ ଛୁଇଁ ବ ସରଗ,

ଆଉ ଲଗେଇବ ସରଗକୁ ନିଶୁଣୀ।


ପ୍ରଣତି ମହାପାତ୍ର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍