ଦୁଇଟି ମୁହଁ
ଦୁଇଟି ମୁହଁ
1 min
139
ନିଜ ସ୍ୱାର୍ଥ ପାଇଁ ବନ୍ଧୁ ହୋଇ କେବେ
ମିଠା କହି ମନ କିଣିନିଅନ୍ତି
ସୁବିଧାବାଦୀ ହୋଇ ସ୍ୱାର୍ଥପର ସାଜି
ଅସମୟେ ପୁଣି ହତ୍ୟା କରନ୍ତି ।
ଅସଲ ଚେହେରା ଗୋପନ ରଖନ୍ତି
ସତ ମିଛ ତାଙ୍କ ପାଇଁ ସମାନ
ନିଜ ପାଇଁ ସୁଖ ସପନ ବୁଣନ୍ତି
ପର ସଂସାରକୁ କରି ଶ୍ରୀହୀନ ।
ସରାଗେ ତୁମକୁ ଆଦରି ନିଅନ୍ତି
ଛଳନାରେ ବିଷ ରସ ମିଶାଇ
ସ୍ୱାର୍ଥ ଲୋଭେ ଅନ୍ଧ ହୋଇ ପୁଣି କେବେ
ତୁମ୍ଭ ବିଶ୍ୱାସକୁ ଦିଅନ୍ତି ଫାଶୀ ।
