STORYMIRROR

Pinku Ranbida

Others

3  

Pinku Ranbida

Others

ଦୁଇ ଦିନିଆଁ ଜୀବନ୍

ଦୁଇ ଦିନିଆଁ ଜୀବନ୍

1 min
175


ଦୁଇ ଦିନିଆଁ ମୁନୁଷ୍ ଜୀବନ୍

ଘାଏଁର୍ ଲାଗି ଇ ପାଏନ୍,ପବନ୍

କେତେ ହେଉଛ ଛନ୍,ଛନ୍

ଥର୍ ଥର୍ ଦେଖି ହେସ ଦରପନ୍ ।।


ଘଡେକେ ଘଡେ ମଲର୍ ମଲର୍

ଦିହେଁ ଲଗେଇ ହେଇ ବାସ ଅତର୍

ବୟସ୍ ଧରିକରି ସୁନୁରା ସୁନିରୀ କଷି

ବୁଢା,ବୁଢିକୁ ଦେଖି ମାରୁଛୁ ମୁଲ୍'କି ହସି ।।


ସୋନୋ ପାଉଡର୍ ଲଗେଇ ହେସ

ମୁହୁକେ ଗୁରା କରିଦେସ

ବୟସର୍ ଡଙ୍ଗା ଥି ବସିକରି

ବୁଲୁଥିସ ସବୁଆଡେ କିନ୍ଦିରି,କିନ୍ଦିରି ।।


ପାସିରି ଦେଉଛ ଆଏବାର୍ କଥାକେ

ସବେ ହସୁଥିବେ ତମ୍'କେ

ତମର୍ ବୟେସ୍ ଭି ଦିନେ ଢଲିଯିବା

ଫୁଲ୍ ଫୁଟିକରି ଝଡିଯିବା ।।


ଦୁଇ ଦିନିଆଁ ମୁନୁଷ୍ ଜୀବନ୍

ଘାଏର୍ ଲାଗି ଆଏ ଜୁବା ଯଉବନ୍

ମାଟିର୍ ମୁନୁଷ୍ ଆମେ ମାଟି ମିସ୍'ମା

କାଏଜେ ବୟେସ୍ ଲାଗି ଗରବ୍ କର୍'ମା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍