ଦୁଃଖରେ ଜୀବନ କଟିବ
ଦୁଃଖରେ ଜୀବନ କଟିବ
ଯେତେ ବୁଝେଇଲେ ଯେତେ କହିଲେ
କିଏ ବୁଝିବେ ନାହିଁ
ଯେତେ ଦେଖେଇଲେ ଯେତେ ଶୁଣେଇଲେ
ମନେ ରଖିବେ ନାହିଁ ।
ମତୁଆଲା ହୋଇ ଗାଡି ଚଳେଇବେ
ନିୟମ ମାନିବେ ନାହଁ
କିଛି ଗୋଟିଏ ଅଘଟଣ ହେଲେ
କାନ୍ଦୁଥିବେ କଇଁ କଇଁ ।
ଧର୍ମଘଟ କରି ରାସ୍ତା ରୋକ କରି
ଦିନେ ସଚେତନ ହେବେ
ଦୁଇ ଚାରିଦିନ ଚାଲି ଗଲା ପରେ
ସବୁ କଥା ଭୁଲିଯିବେ ।
ସବୁ ଜାଣି ଯଦି ଅମାନିଅଁ ହେବା
ନୀତି ଦୁର୍ଘଟଣା ହେବ
ସଚେତନ ହୋଉ ଗାଡି ଚଳେଇଲେ
ଦୁର୍ଘଟଣା ରୋକି ହେବ ।
ସଚେତନ ହୋଇ ଗାଡି ଚଲେଇବା
ମଣିଷର ଅଟେ ଧର୍ମ
ଅମଣିସ ଭଳି ଗାଡି ଚଳେଇଲେ
ଡାକିନେବ ନିଶ୍ଚେ ଯମ ।
ସଚେତନ ପାଇଁ ପଦେ ଲେଖିଦେଲି
ଆଶା ପଢି ମନେ ରଖିବ
ପଢ଼ିଦେଇ ଯଦି ପୁଣି ଭୁଲିଯାଅ
ଦୁଃଖରେ ଜୀବନ କାଟିବ ।
