Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

2  

Prafulla Chandra Mishra

Others

ଦୁଃଖୀର ନୈବେଦ୍ୟ ଘେନ

ଦୁଃଖୀର ନୈବେଦ୍ୟ ଘେନ

1 min
135



• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ଯେତେ ପୋଷା ମାନି ରଖିଲେ କିହେବ ଥରେ ଉଡିଗଲା ଗଲା

• ପିଞ୍ଜରା ତ ଖାଲି ତୁଚ୍ଛା ପଡିଅଛି ଝୁରି ହେବା ସାର ହେଲା ।।

• ଦୁଧଭାତ ଦେଇ ପୋଷା ମନେଇଲି ସୁବର୍ଣ୍ଣ ପଞ୍ଜୁରୀ ଦେଲି

• ସେ କେଉଁ ଅଜଣା ରାଇଜୁ ଡାକରା ଆସିଲା ଯାଣି ନଥିଲି ।।

• ପିଞ୍ଜରୀ ର ଦ୍ଵାର କିଏ ଖୋଲିଦେଲା ନୀୟତି ବଡ଼ ନିଷ୍ଠୁର

• ପୋଷାପକ୍ଷୀ ବିତ ଭାବିଲା ବି ନାହିଁ କିଏ ଅଛି ତା ନିଜର ?,,

• କେଉଁ ଅପରାଧ କି ଅବା ପ୍ରାରବ୍ଧ କା ପାଇଁ ବିଧାତା ଦାନ

• ମୁହିଁ କିବା ସେହି ଅପରାଧୀ ଏକି ବିଧାତା ର ନିର୍ବାଚନ ।।

• କେତେ ଯେ ଯନ୍ତ୍ରଣା ବୁକୁଫଟା କୋହ ଅମାନିଆ ଆଖିଲୁହ

• କିଏ ବା ପୋଛିବ କହାକୁ କହିବି ପଥର କରିଛି ଦେହ ।।

• ଭାଙ୍ଗି ଦେଇଗଲୁ ଏ ମନ ମନ୍ଦିର, ମେରୁ ଗିରି ସମ ବଳ

• ଭାଙ୍ଗି ଦେଇଗଲୁ, ପୋଷା ଚଢ଼େଇ ରେ ଭାଙ୍ଗିଲା ସୁଖ ସଂସାର ।।

• ସତେକି ଅଜଣା ପଥେ ମୋ ଚଢ଼େଇ ଲୁଚିଛୁ କେଉଁଠି କୁହ

• ଉସୁନାଧାନ କି ସତେ ଗଜାହେବ ଦେଖିବି ତୋ ଚାନ୍ଦ ମୁହଁ ।।

• ଖୋଜୁଛି ମୁଁ ଖୋଜୁଥିବି ଚିରଦିନ ଯେତେ ଦିନ ଅଛି‌ଦେହ

• ଅପାସୋରା ସ୍ମୃତି କେମିତି ଭୁଲିବି ଝରେ ଲହୁ ହୋଇ ଲୁହ ।।

• ଯେତେ ଚାହେଁ ତେଣେ ତୋ ଡାକ ଶବଦ ହୁଅଇ ପ୍ରତିଧ୍ଵନିତ

• ତୋ ଚନ୍ଦ୍ର ବଦନ ମନ ଅଇନା ରେ ହୁଅଇ ପ୍ରତିବିମ୍ଵିତ ।।

• ତଥାପି ବଞ୍ଚିଛି ମରି ମରି ଖାଲି ତୁମପଦେ ରଖି ଧ୍ୟାନ

• ଦୁଃଖ ର ନୈବେଦ୍ୟ ପ୍ରଫୁଲ୍ଲ ବାଢ଼ିଲା ଘେନ‌ ଜଗତ ଜୀବନ ।।



Rate this content
Log in