STORYMIRROR

LALIT MOHAN DASH

Children Stories Comedy Tragedy

3  

LALIT MOHAN DASH

Children Stories Comedy Tragedy

ଦୁଃଖୀ ମଣିଷର ଇଜ୍ଜତ କେତେ

ଦୁଃଖୀ ମଣିଷର ଇଜ୍ଜତ କେତେ

1 min
195


ଦୁଃଖୀ ମଣିଷ ର

ଇଜ୍ଜତ କେତେ ନା

ମହତ କେତେ,

ସୁଖ ଆସି ଲୁଚେ

ଦୁଃଖ ପଛେ ପଛେ

ଚାଖିବା ପୂର୍ବରୁ ସ୍ୱାଦ ତା ଯେତେ।


ଦୁଃଖ ସହୋଦର

ସୁଖ କୁଣିଆ

ମାର୍ମିକ ତଥ୍ୟେ ,

ଦୁଃଖ ହିଁ ବୁଝାଏ

ଧୈର୍ଯ୍ୟ ସହନଶୀଳତା

ସମ୍ଭ୍ରମତା ପଣ ସମୟ ସ୍ରୋତେ।


ଦୁଇ ଦିନ ସଂସାରେ

ସ୍ୱପ୍ନରେ ବିଭୋରେ

ସପନ ର ସୌଦାଗର,

ଆତ୍ମସ୍ୱାର୍ଥ ଅଧୀରେ

ବାସ୍ତବ ବିକାରେ

ବିଭ୍ରାନ୍ତି କରଣ ବିବେକ ସ୍ୱର।


ଦୁଃଖୀ ମଣିଷ ଟେ

ରାତି ପାହିଗଲେ

ଚଳ ଚଞ୍ଚଳ,

ତା'ସ୍ୱପ୍ନ ସକାଳ

ସଂସାର ଜଞ୍ଜାଳ

କର୍ମପଥେ ଆଶ୍ୱସ୍ତି ତା ସୁଖ ସମ୍ବଳ।



Rate this content
Log in