STORYMIRROR

K. Nirmal

Others

4  

K. Nirmal

Others

ଦୁଃଖେ ଶେଷ ବା କେଉଁଠି ?

ଦୁଃଖେ ଶେଷ ବା କେଉଁଠି ?

1 min
15K


ଦୁଃଖେ ଶେଷ ବା କେଉଁଠି ?
◆◆◆◆◆◆◆◆◆◆◆

ସମୟ ଜଞ୍ଜାଳ ବଡ଼ କଷ୍ଟ ସତେ
ଭୋଗୁଛି ଆଜିର ଜନ,
ସମାଜ ଆଗରେ ଭିକାରୀ ହୋଇଣ
କରୁଛି ସେ ଉପାଜନ ।୧।

କଲ୍ୟାଣ ତୁହିଁ ମା କରିଦେ ସଂସାରେ
ମନେ ଉଠୁ ଉନ୍ମାଦନା,
ସଂସାରର ଦୁଃଖ ଭୁଲିଯାଇ ମୁହିଁ
ପାଆନ୍ତି ମୁଁ ଆଶ୍ୱାସନା ।୨।

ତୋ'ର ଆଶ୍ରିବାଦେ ଚଣ୍ଡାଳୁଣୀ ଦିନେ
ହୋଇଥିଲା ବଡ଼ ଲୋକ,
ଆଜି ସିନା ମାତା କେମିତି ଜାଣିବୁ
ସମସ୍ତଙ୍କ ପେଟେ ଭୋକ ।୩।

ପୁରୀ ଦେଉଳରେ ରାନ୍ଧୁ ଅଛୁ ଅନ୍ନ
ଖାଆନ୍ତି ମୋ ମହାପ୍ରଭୁ,
ଭୋକ ବିକଳରେ ବୁଲୁଛନ୍ତି ଜନେ
କେମିତି ସାନ୍ତ୍ୱନା ଦେବୁ ।୪।

ବଡ଼ ଦେଉଳରେ ପ୍ରଭୁ ଯେତେବେଳେ
ଅପବାଦ ଦେଲେ ତୋତେ,
ଛାଡିଗଲୁ ତୁହିଁ ଶ୍ରୀ ମନ୍ଦିର ବେଢ଼ା
ଦୁଃଖରେ ରହିଲୁ ସତେ ।୫।

ଦେବତା ମାନଙ୍କ ପରାମର୍ଶ କରି
ଶ୍ରୀ ମନ୍ଦିର କଲୁ ଖାଲି,
ଭୋକ ବିକଳରେ ବୁଲୁଥିଲେ ପ୍ରଭୁ
ସମସ୍ତଙ୍କ ଦାଣ୍ଡେ ଚାଲି।୬।

ପ୍ରଭୁଙ୍କର କଷ୍ଟ ସହି ନ ପାରିଣ
ନିଜ ହାତେ ରାନ୍ଧି ତୁହିଁ,
ଅବଢ଼ା ଅନ୍ନ କୁ ପରସି ଦେଲୁ ତୁ
ନିଜ ହାତେ ବାଢି ଦେଇ ।୭।

ପ୍ରଭୁଙ୍କର ଦୁଃଖ ବୁଝିଗଲ ସିନା
ଭକତ କାନ୍ଧୁଛି ଏଠି,
ସମାଜ ଟା ଆଜି ଅସହାୟ କେତେ
ଦୁଃଖେ ଶେଷ ବା କେଉଁଠି ?....….।୮।

◆ କେ.ନିର୍ମଳ
◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)
◆ମୋବାଇଲ:-୯୫୬୬୧୧୩୬୦୭
◆ Gmail :- nirmakn270@gmail.com


Rate this content
Log in