STORYMIRROR

Biswanath Nayak

Others

4  

Biswanath Nayak

Others

ଦୁଃଖ

ଦୁଃଖ

1 min
408


ସଂସାରେ ଯାହାର

ଦୁଃଖ ନାହିଁ ବୋଲି

କରେ ଯିଏ ଅଭିମାନ

ନିଜ ସହ ତାହା

ପ୍ରତାରଣା ଖାଲି

ସତ୍ୟର ସେ ଅପମାନ। 


ସୁଖ ପାଇବାର

ଆଶାରେ କେ ଏଠି

ନିରନ୍ତର ଦୁଃଖେ ଥାଏ

ସୁଖରେ କେ ଥାଇ

ହରାଇବା ଦୁଃଖେ

ସଦା ସନ୍ତାପିତ ହୁଏ। 


ଧନ ନ ପାଇଲେ

ଦୁଃଖୀ କେହୁ ହୁଏ

କେହୁ ନ ପାଇଲେ ମାନ

ପଦବୀ ଆଶାରେ

ଦୁଃଖୀ କିଏ ଅବା

କିଏ ହରାଇ ଆସନ। 


ତାଳି ନ ପାଇଲେ

ଦୁଃଖ କାହା ମନ

କିଏ ଦୁଃଖୀ ଗାଳି ଖାଇ। 

ସବୁ ଥାଇ ମଧ୍ୟ

ରୋଗ ଯନ୍ତ୍ରଣାରେ

କିଏ ଦୁଃଖ ଭୋଗୁଥାଇ। 


ପାଇବା ଆଶାରେ

ହରାଇବା ଭୟେ

ମଣିଷ ସିନା ଦୁଃଖିତ

କିନ୍ତୁ ଅନ୍ୟ ସୁଖେ

ଇର୍ଷାରେ କେ ଦୁଃଖୀ

ଏ ସଂସାର କି ବିଚିତ୍ର


ଆପଣା ଦୁଃଖରେ

ଦୁଃଖୀ ତ ସରବେ

ଏହା ନୁହଁଇ ବିଚିତ୍ର

କିନ୍ତୁ ଅନ୍ୟ ଦୁଃଖେ

ଦୁଃଖିତ ଯେ ପ୍ରାଣୀ

ସେ ଏ ଜଗତେ ମହତ। 


ସଭିଙ୍କ ମନରେ

ଅଛି କିଛି ଦୁଃଖ

ଏହା ତ ସଂସାର ଚିତ୍ର

ସନ୍ତାନ ଦୁଃଖରେ

ମାଆର ଯେ ଦୁଃଖ

ତାହା ନିଆରା ସ୍ଵତନ୍ତ୍ର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍