STORYMIRROR

Debabrata Mishra

Others

4  

Debabrata Mishra

Others

ଦୁଃଖ

ଦୁଃଖ

1 min
257

ଦୁଃଖ.........

ପିଲାବେଳେ କାନ୍ଦକୁ ରୋକିବାର ମାନମହତର ଜଗି

ଅଭାବରେ କେବେ ଉପବାସ କେବେ ଅଧାପେଟ ଖିଆ

କେବେ ଦେହ ଭଲ ନାହିଁ କହି ଭୋକେ ମିଛେ ଶେଯେ

ମୁହଁମାଡି ଶୋଇବାର ନିଛକ ଅଭିନୟର କଳା ପ୍ରଦର୍ଶନ,


ଦୁଃଖ........

ସ୍କୁଲର ଶ୍ରେଣୀଗୃହରେ ନିଜ ପରିବାରର ସମ୍ମାନ

ରକ୍ଷା ନିମନ୍ତେ ଗରୀବ ହୋଇବି ନ କହିବାର ସଂସ୍କାର

କାହା ଦୟାର ପାତ୍ର ନ ହେବା ପାଇଁ ସର୍ବଦା ସଜାଗ

ନୁଆଜାମା ର ଇଛାଥାଇ ବି ଇଛାନାହିଁ କହିବାର କାରଣ,


ଦୁଃଖ.........

ଜାନିଯାତରାରେ ଖେଳନା କିଣିବାର ମନକୁ ମାରିବାର

ବାପାଙ୍କ ପକେଟକୁ ଚିହ୍ନି ଶୀଘ୍ର ଘରକୁ ଫେରିବାର ବ୍ୟଗ୍ରତା

ଯାତ୍ରାରେ ଅଳ୍ପ ଖାଇ ପେଟ ପୁରିଗଲା କହିବାର କଥା

ସାନପାଇଁ କିଛି ଖେଳଣା ନେବାର ସ୍ନେହର ମାନସିକତା,


ଦୁଃଖ........

ପର୍ବପର୍ବାଣୀରେ ପିଠାପଣା କରିବାର ଆର୍ଥିକ ଅଭାବ

ଘରକୁ ଆସିଥିବା ଅତିଥିଙ୍କୁ ଭଲ ଖାଦ୍ୟ ପରଷିବା

ସାଙ୍ଗସାଥୀଙ୍କ ଆଗେ ପିକନିକ ଯିବାକୁ ଭଲଲାଗେନି କହିବା

ପରିବାରର ମାନ କୁ ରଖିବାର ଦାୟିତ୍ୱବୋଧର ସୁଖ।


Rate this content
Log in