STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଦୁଃଖ

ଦୁଃଖ

1 min
286


ନିରବିତ “ତାର ଛିଣ୍ଡା” ଦୁଃଖ ବୀଣା, ସୁର ତାଳ,ହଜିଯାଏ

ଦୁଃଖ ଅକୁହା ବେଦନା ରକତ ଲୁହ ହୋଇ ଝରି ଯାଏ

ଦୁଃଖ ଅଭିଶପ୍ତ ଶଦ୍ଦ ପରାଣ କରୁଥାଏ କଲବଲ

ଦୁଃଖ ନିରାଟ ସତ୍ୟ ୟେ ଜୀବନେ ମନ୍ଦ କରମର ଫଳ ।।


ଦୁଃଖ ନିରବ ବଂଶୀ ଗୋକୁଳର ମଞ୍ଜୁଳ କୁଞ୍ଜ କାନନେ

ଦୁଃଖ ଗୋପାଙ୍ଗନା କୃଷ୍ଣ ବିରହ ନିଥର ଉପଳ ପ୍ରାଣେ

ଦୁଃଖ ପୁତ୍ରହରା ବିଧୂରା ମା'ର ତତଲା ଲୁହର ଧାରା

ତାତ୍ସଲ୍ୟ କରଇ ବୀଭତ୍ସ ଦୁଃଖ ଲୁଚେ ସୁଖ ଧ୍ରୁବତାରା ।।


ଦୁଃଖ ଗରିବ କୁଡିଆ ଭିତର ଫୁଙ୍ଗୁଳା ଦେହର ଶୀତ

ଦୁଃଖ ଅନାଥ ଖାଙ୍କରା ପେଟର ମୁଠାଏ ଅଇଁଠା ଭାତ

ଦୁଃଖ ପାଗଳୀ ମାଆ କୋଳ ଛୁଆ ଗଣି ହୋଉଥିବା ହାଡ

ଦାରୁଣ ଦଇବ ଅନ୍ତରାଳରେ ଦାନ୍ତ କରେ କଡମଡ ।।


ଦୁଃଖ ଏମିତି ଦୁର୍ଦ୍ଦିନେ ନିର୍ଦ୍ଦୟେ କଷାଘାତ କରେ ବସି

ନିର୍ମମ ଦୁଃଖ ଜୀବନ ସହସା ମାଡିବସେ କେବେ ଆସି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍