STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଦୁଃଖ ଥାଏ ବୋଲି

ଦୁଃଖ ଥାଏ ବୋଲି

1 min
4.7K


ଦୁଃଖ ଥାଏ ବୋଲି ସିନା ନିରିମାଖୀ

ତୁମରି ଆଶ୍ରୟ ଲୋଡେ

ତୁମେ ପଛ କଲେ ଚଳିବ କିପରି

ଜୀବନେ ସନ୍ତୋଷ ଲୋଡେ


ନିରୁଦ୍ୟତ ନୁହେଁ ଜୀବନ ସଂଗ୍ରାମ

ସମର ନିର୍ଝର ସମ

ସାମର୍ଥ୍ୟ ସକଳ ନୁହେଁ ସମାକୁଳ

ସୁଖ ପାଇଁ ସମାଗମ


ପରିବାର ବୋଲି ଯାହା ମୁଁ ପାଇଲି

ମୋ ସୁଖ ବ୍ୟତୀତ ହେଲା

ଧର୍ମେ ଧନାର୍ଜନ ହେଲାକି ବ୍ୟସନ

ଦୁଇ କୂଳ ଦୁଃଖ ଦେଲା


ଆଶ୍ରା କରି ତୋତେ ଆଶ୍ରୟ ଖୋଜିଲି

ବ୍ୟତିକ୍ରାନ୍ତ ହେଲା ଭାର

ସତେକି ଇଶ୍ୱର ଏତେତୁ କଠୋର

କହିବାକୁ କୃପାକର


ଚକାଆଖି ତୋର ସବୁ ଦେଖୁଅଛି

ଅଦେଖା ତୋଠାରେ ନାହିଁ

ମୁଁ ଛାର ମାତର କହୁଅଛି ଖାଲି

ତୋ କୃପା ପାଇବା ପାଇଁ


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ