ଦୁଃଖ ନିସଙ୍ଗ କୋଠରୀର
ଦୁଃଖ ନିସଙ୍ଗ କୋଠରୀର
1 min
118
ସବୁ ଦିନ ର ହୋ,ହୋ ଶବ୍ଦ ରେ
ଗର୍ଜି ଉଠୁଥିବା ମୁହୂର୍ତ୍ତ ଗୁଡିକ
ଆଜି ଭାରି ଚୁପ୍ ଚାପ୍
ନିସଙ୍ଗ ନିସଙ୍ଗ ।
ଖଟ ସବୁ ଶୁନ୍ୟ କୋଳ ଲମ୍ବେଇ
ଇତଃସ୍ତତଃ ହୋଇ ପଡିଛନ୍ତି
ଏଣେ ତେଣେ କେଇ ଖଣ୍ଡ ବହି
ତଳେ ମୁହଁ ମାଡି ପଡିଛନ୍ତି
ସତେ ଯେପରି ବାରମ୍ବାର ହେଉଥିବା ଝଡର
ଅତ୍ୟାଚାରରେ
ଭଗବାନଙ୍କ ଉପରେ ଅଭିମାନ କରଛନ୍ତି ।
ସମସ୍ତ ଛାତ୍ର, ଛାତ୍ରାବାସ ଛାଡି
ଘର କୁ ଫେରି ଯାଇଛନ୍ତି
ଝଡ ର ପୁର୍ବ ସୂଚନା ପାଇ
ସ୍କୁଲ୍ ,କଲେଜ ସବୁ ବନ୍ଦ
ଫନୀ ର ଆକ୍ରମଣ ର ଶିକାର ହୋଇ ।
ବିପର୍ଯ୍ୟସ୍ତ ନିସଙ୍ଗ କୋଠରୀ ଟି
ଝୁରୁଛି
ତା ପ୍ରିୟ କୋମଳ ଛାତ୍ର,ଛାତ୍ରୀଙ୍କର
ମମତା ଭରା ସ୍ପର୍ଶ
ନିବିଡ ସାନ୍ନିଧ୍ୟ ।
