STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

4  

ନାୟକ ଅକ୍ଷୟ ରାଜହସ୍ତୀ

Others

ଦୁଃଖ ଗୀତିକା

ଦୁଃଖ ଗୀତିକା

1 min
189

ସୁଖର ଦୀପାଳି ଲିଭି ଲିଭି ଆସେ ଏ ହୀନ କପାଳିଆର

କୁସୁମିତ ପଥ ହୁଏ କଣ୍ଟକିତ ଅଭିଶପ୍ତ ଜୀବନର...

ଅଘଟଣ ମାନ ଘଟେ ଅସମୟ

ଭାବନାରେ ଭାବି ହୁଏନା କିଛି

ଲୁହ ଧାର ନୁହେଁ ରକତର ଧାର

ବୋହି ଯାଏ ଆଉ ହୁଏନା ପୋଛି

ସୁଖ ଖୋଜୁ ଖୋଜୁ ଦୁଃଖ ମିଳିଯାଏ

ମାନେନା ସ୍ଥାନ କାଳ ପାତର.. ( ଏକ)

ଦୁଃଖ ଯାଇଥାଏ ଦୁଃଖିନୀ ପାଖକୁ

ଦୁଃଖ ବୁଝିବାକୁ ସିନା

ସୁଖ ରଙ୍ଗ ମଞ୍ଚରେ ଶୁଖି ଯାଉଥାଏ

ରହି ପାରେନା ତା ବିନା

ସୁଖ ଦୁଃଖ ଭରା ବିଶ୍ଵ ରଙ୍ଗମଞ୍ଚେ ମୁଁ

ରଙ୍ଗ ମଖା କଳାକାର...( ଦୁଇ)

ନିଷ୍ଟୁର ସମୟ ଚାଲିଯାଇଥାଏ

ପ୍ରତୀକ୍ଷା ନ କରି ତିଳେ

ନ କରିବା କାମ ସିନା କରୁଥାଏ

ପଡି କାଳର କରାଳେ

ଘୁରି ଘୁରି ବୁଲେ ସନ୍ଦେଶ ନ ପାଇ

ସେଇ ଘଟଣା ଚକର.. (ତିନି)

ସୁଖର ଦୀପାଳୀ ଲିଭି ଲିଭି ଆସେ ଏ ହୀନ କପାଳିଆର...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍