STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଦୁହିତା

ଦୁହିତା

1 min
147

ଝିଅ ତୁହି ହୋଇ ଜନ୍ମ ନେଇ ଅଛୁ

ଦୁହିତା ନାମ ତୁ ଜଗତେ ପାଇଛୁ

ଦିନେ ନାଲି ଓଢଣୀ ଦେଇ ଚାଲି ଯିବୁ

ତୋ ଶାଶୁ ଘରେ ସଂସାର ଗଢ଼ିବୁ

ଶାଶୁଘର ତୋ ପାଇଁ ସ୍ୱର୍ଗପୁର ହୋଇବ

ସ୍ୱାମୀ ତ ତୋର ଦେବତା ରୂପେ ଥିବ

ସୁଖରେ ତୁହି ନୀତି ରହିବୁ

ତୋ ପିତା ଘର ସଂସ୍କାରକୁ ସାଥିରେ ନେବୁ

କେତେ ଦୁଃଖ ଆସିଲେ ଭାଙ୍ଗି ପଡ଼ିବୁ ନାହିଁ

ପତୀ ସେବା କରିବୁ ତୁ ତାଙ୍କ ନିଜର ହୋଇ

ତୋ ସନ୍ତାନର ତୁ ଜନନୀ ହୋଇବୁ

ସମସ୍ତଙ୍କ ମନ ନେଇ ସେଇଠୀ ରହିବୁ

ତୋ ମାତା ପିତାଙ୍କୁ କେବେ ଭୁଲି ଯିବୁ ନାହିଁ

ମାତା ପିତାଙ୍କ ଆଶିଷରେ ଯିବୁ ଶାଶୁଘର ତୁହି

ଦୁହିତା ହୋଇ ସୁନାମ ଅର୍ଜନ କରିବୁ

ଦୁଇ କୁଳର ମାନ ରଖି ତୁ ନିଜର ହେବୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍