STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଦଶହରା ପାର୍ବଣ

ଦଶହରା ପାର୍ବଣ

1 min
417

ଗଣପର୍ବ ଏହୁ ଦୁର୍ଗାଙ୍କ ପାର୍ବଣ

ଜିତୁଆରୁ ହିଁ ଆରମ୍ଭ,

ଷୋହଳ ଦିନଟି ଦେବୀଙ୍କର ପୂଜା

ବିଚ୍ଛନ୍ନାଚଳେ ପ୍ରାରମ୍ଭ।୧।


ନବରାତ୍ରି ଦୁର୍ଗା ପୂଜାର ନାମରେ

ରାଷ୍ଟ୍ରରେ ହୁଏ ପାଳିତ,

ଦେବୀ ଆଗମନ ଜିତୁଆର ଠାରୁ

ସମ୍ପୂର୍ଣ୍ଣ ଦେଶେ ପଳିତ।୨।


ଆୟୁଧ ପୂଜା ବା ଅସ୍ତ୍ର ଶସ୍ତ୍ର ପୂଜା 

ଖଣ୍ଡାୟତ କ୍ଷତ୍ରି ଘରେ,

ଦୁର୍ଗାଙ୍କ ପାର୍ବଣ ପାଳିତ ହୁଏଟି

ବିଚ୍ଛିନ୍ନାଚଳ ଭୂମିରେ।୩।


ଗାଆଁ ଗହଳିରେ ଭକ୍ତିରେ ପୂଜନ

ଆଦି ମାତା ଦୁର୍ଗାଙ୍କର,

ରାଜକୀୟ ମତେ ଦେବୀଙ୍କ ପୂଜନ

ନାହିଁ ତାର ପଟାନ୍ତର।୪।


ମାତାଙ୍କ ପେଣ୍ଡାଲ ନିର୍ମାଣ ହୋଇଛି

ବିଚ୍ଛନ୍ନାଚଳ ଭୂମିରେ,

ଗାଆଁ ଠାରୁ ଏହା ସହର ପର୍ଯ୍ୟନ୍ତେ

ସୁସଜ୍ଜିତ ଯତନରେ।୫।


ସାତ୍ତ୍ଵିକ ମତରେ ଦୁର୍ଗାଙ୍କ ପୂଜନ

ହୁଏ କେଉଁ କେଉଁ ଠାରେ,

ରାଜକୀୟ ମତେ ପୂଜନଟି କାହିଁ

ହୁଏ ଅତି ଉଲ୍ଲାସରେ।୬।


ଦେବୀଙ୍କ ପ୍ରତିମା ମନ ମୋହୁ ଅଛି

ବିଚ୍ଛନ୍ନାଚଳରେ ଆମ,

ଆଲୋକରେ ତହିଁ ଝଲକି ପଡୁଛି

ଭକ୍ତିପୂର୍ଣ୍ଣ ଭୂମି ଆମ।୭।


ସଙ୍କଟତାରିଣୀ ମହିଷାମର୍ଦ୍ଦିନୀ

ରାଷ୍ଟ୍ର ହୀତେ ଆଗମନ୍ ,

ଜଗତ କଲ୍ୟାଣ କରିବେଟି ମାତା

ଆତ୍ମନିର୍ଭରଟି ଜନ।୮।


ବିଶ୍ୱ ଗୁରୁ ହେଉ ପବିତ୍ର ଭାରତ

ଗୁଞ୍ଜୁ ବିଶ୍ୱେ ନାମ ତାର,

କରିବେଟି ଦୟା ସଙ୍କଟ ତାରିଣୀ

ପଦେ ଭକ୍ତି ନିରନ୍ତର।୯।


ଗଣପର୍ବ ଏହୁ ଦୁର୍ଗାଙ୍କ ପାର୍ବଣ

ଜିତୁଆରୁ ହିଁ ଆରମ୍ଭ,

ଷୋଳହ ଦିନଟି ଦେବୀଙ୍କର ପୂଜା

ବିଚ୍ଛିନ୍ନାଚଳେ ପ୍ରାରମ୍ଭ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍