STORYMIRROR

pratap nayak

Others

3  

pratap nayak

Others

ଦଶଭୂଜା

ଦଶଭୂଜା

1 min
13.5K


ପ୍ରତାପ ନାୟକ

୭୦୦୮୦୫୪୨୮୨


ଗଜବାହନରୁ ମୁହଁ ଫେରେଇ

ଆଶିଷ ବାଣ୍ଟିବ ....

ଆସୁଅଛ ଅଶ୍ୱବାହନରେ...

ଦୁଆର ବନ୍ଧର ଛଅଆଖିଆ ଝୋଟିର ରଂଗରେ..


ଭରା ପୋଖରିର କଇଁ ଫୁଲ ଧଳା ନାଲି ପାଖୁଡା ଉପରେ ..

ହୀରାର କାକର ଝକମକ୍ କରେ

ଅନ୍ତୁଡିଆ ଅଂଶୁମାଳୀ ତୀର୍ଯ୍ୟକ ସ୍ପର୍ଶରେ....

ଘଣ୍ଟଘଣ୍ଟା ମୃଦଙ୍ଗ ଖୋଳ କରତାଳେ ଚାଲିଆସ ଫୁଟାଇବ ହସ ସଂସାର ମୁହଁରେ ..


ମାଆର ଆବାହନୀ ସଂଗୀତ ଗାଇବ

ସରତର ସୁଲୁସୁଲୁ ବାଆ....

ମନମତାଣିଆ କାଶତଣ୍ଡି ବଣ ଚଅଁର ଝାଡିବ .....

ନଇପଠା ମୁରୁକି ହସିବ ମୃଣ୍ମୟୀର କଳସ ବୁଡାରେ.....

ରାତିଦିନ ନୈବେଦ୍ୟ ଅର୍ପଣ ପ୍ରଥା

ଯଥା ରୀତି ମତେ...


ସୃଜନୀର ସଂଗୀତରେ ଭରପୁର ପୁରପଲ୍ଲୀ ନଗର ବଜାର...

ଆତ୍ମାର ହୃଦୟ ତଟେ ବୁଣ ସବୁଜିମା ମାଆର ମାଙ୍ଗଳିକ ଆହ୍ଲାଦ ଆଶିଷ...


ଅମୃତ ଝରିବ ତା ଅଙ୍ଗ ବକ୍ଷେ

ହରିବ ହିଂସାମୁଖୀ ମୋହ ..

ଭସେଇବ ନଚେଇବ ସତ୍ୟ ଶାନ୍ତି ଦୟା..

ଫେଡିବ ଫେଡେଇବ ବିଶ୍ୱାସ ନିଶ୍ୱାସ...

ଅନ୍ଧାରରେ ପୁରିଯିବ ଶୀତଳ କିରଣ ....

ଗୋଲ ଜହ୍ନ ଉତୁରିବ ନୀଳନୀଳ ବଣେ

ଝଂକୁରିତ ହେବ...

କେବଳ ମା ମା ମା...

ମା ମା ମା....


Rate this content
Log in