Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୌମ୍ୟ ରଞ୍ଜନ ପାଲ

Others

3  

ସୌମ୍ୟ ରଞ୍ଜନ ପାଲ

Others

ଦଶଭୁଜା

ଦଶଭୁଜା

1 min
13.5K


ଶିଉଳି ଫୁଲର ଚାଦର ଘୋଡାଇ

ଶରତ ଆସିଛି ଆଜି ,

ନଈପଠା ପୁଣି କାଶତଣ୍ଡି ଫୁଲେ

ସୁନ୍ଦର ହେଇଛି ସାଜି ।

ବନ ଉପବନେ ହୁରି ପଡ଼ିଅଛି

ମହାଶକ୍ତି ବିଜେ ପାଇଁ ,

ସମୟ ଯେ ଆଜି ଉଛୁର ହେଲାଣି

ତୁମ ଦେଖା କାଇଁ ନାଇଁ ।

ମାଦଳ ଢୋଲକ ତାଳ ସଙ୍ଗେ ତାଳ

ନନ୍ଦେ ଚାଲେ ପାଦ ସୁରେ ,

ମଣ୍ଡପ ଅଚିରେ ସାଜଇ ପ୍ରାନ୍ତରେ

ଉଲ୍ଲାସ ପୁରେ ସହରେ ।

ନୟନ ତୁମର ନାଶଇ ଅସୁର

ପାପୀ କୋଶ ଦୂରେ ଥାଏ ,

ଉଜ୍ଜ୍ୱଳ କିରଣ ନିରାପଦ ଯେଣୁ

ଭକତ ଶରଣ ଯାଏ ।

ସେନେହ ଏପରି ମମତାରେ ଭରି

ପଣତ ଦିଏ ଆସରା,

ପୁରେନାହିଁ କେବେ ଆପଣା କଳସୀ

ଆଦର ହୃଦେ ଅକ୍ଷରା ।

ବିଲ୍ଵଦଳ ମାଝୁ ପ୍ରକଟିତ ହୁଅ

ବିଶୁଦ୍ଧ ଘଟ ଉଦ୍ଧାର ,

ହେଲେଣି ଉତ୍ପାତ ମହିଷାସୁର ଯେ

ଆପଣା ଶୂଳେ ସଂହାର ।

ମହମହ ବାସେ ଯେନ ଚାରିପାଶେ

ଶାରଦୀୟ ମହାପୂଜା ,

ମର୍ତ୍ତ୍ୟେ ଅବତରି ମଉନେ ବିଚରି

ଶିଷ ଦିଅ ଦଶଭୁଜା ।

ତୁମେ ମନ୍ଦାକିନୀ ରମା କାତ୍ୟାୟନୀ

ଦୁଷ୍ଟ ବିନାଶି ରୁଦ୍ରାଣୀ ,

ମହୀ ଥରହର ପାପ କଷ୍ଟ ଭାର

ହେଉ ଶେଷ ଏ କାହାଣୀ ।


Rate this content
Log in