STORYMIRROR

Papu parida

Others

4  

Papu parida

Others

ଦଶଭୁଜା

ଦଶଭୁଜା

1 min
319

ଶୁଣ ଶୁଣ ଶୁଣ ଶୁଣ ଆହେ ସୁଧିଜନ

ମାତା ଦୁର୍ଗାଙ୍କର ଅସ୍ତ୍ରଶସ୍ତ୍ରର ଗାହଣ।


ଏକ ହାତେ ଶୋଭାପାଏ ଧାରପୂର୍ଣ୍ଣ ଖଡ଼ଗ

ଜ୍ଞାନ ବୁଦ୍ଧି ବିଦ୍ୟାର ଯେ ଅଟଇ ପ୍ରତୀକ।

ଜ୍ଞାନ ଦ୍ୱାରା ବ୍ରହ୍ମାଣ୍ଡକୁ ଯେ ଜିଣି ହେବ

ଠିକ କଲେ ଠିକ ଭୁଲ କଲେ ଯେ ଭୋଗିବ।


ଅନ୍ୟ ଏକ ହାତେ ତାଙ୍କ ଶିବଙ୍କ ତ୍ରିଶୂଳ

ନିର୍ମାଣ,ସଂରକ୍ଷଣ ଓ ବିନାଶର ସେ ମୂଳ

ନିଷ୍କ୍ରିୟତା,ସକାରତ୍ମକତା ଓ ଶୁଦ୍ଧତାର ପରିଚୟ

ସନ୍ତୁଳିତ ଥିଲେ ତିନି ଗୁଣ ପାଇବ ବିଜୟ।


ଅନ୍ୟ ଏକ ହାତେ ତାଙ୍କ ବିଷ୍ଣୁଙ୍କ ସୁଦର୍ଶନ

ସୃଷ୍ଟିକେନ୍ଦ୍ର ଅଟେ ମା ଆମେ ତାଙ୍କରି ସନ୍ତାନ।

ବିଜୟ,ଗତି ଏବଂ କ୍ଷିପ୍ର ମନକୁ ବୁଝାଏ

ମା ର ଧ୍ୟାନକଲେ ପ୍ରାଣୀ ସର୍ବ ସୁଖ ପାଏ।


ଅନ୍ୟ ଏକ ହାତେ ତାଙ୍କ ବଜ୍ର ଇନ୍ଦ୍ରଙ୍କର

ଶକ୍ତି ଦିଏ କାଠିଣତାକୁ ନ ଡରି ଲଢ଼ିବାର

ଦିଏ ଯେ ଦୃଢତା ଏବଂ ବଢ଼ାଏ ଆତ୍ମବିଶ୍ବାସ

ସବୁ ପରିସ୍ଥିତିରେ ମା ଦେବେ ଯେ ସାହାସ।


ଅନ୍ୟ ଏକ ହାତେ ତାଙ୍କ ବରୁଣଙ୍କ ଧନୁତୀର

ଧନୁ ସ୍ଥିତିଜ ଓ ତୀର ଦିଏ ପରିଚୟ ଗତିଜ ଶକ୍ତିର

ମା'ଙ୍କ ପାଖରେ ଯେ ସବୁ ଶକ୍ତି ନିୟନ୍ତ୍ରିତ 

କ୍ଷମା ଦୟା ନ୍ୟାୟ ସବୁ ଶକ୍ତିର ସେ ସ୍ରୋତ।


ଅନ୍ୟ ଏକ ହାତେ ଶୋଭାପାଏ ଗଦା ବିଶ୍ୱକର୍ମାଙ୍କର

ପରିଚୟ ଦିଏ ଶାରୀରିକ ମାନସିକ ଆଧ୍ୟାତ୍ମିକତାର

ଅନ୍ୟ ଏକ ହାତେ ତାଙ୍କ ଶଙ୍ଖ ଶୋଭାପାଏ

ବ୍ରହ୍ମାଣ୍ଡର ପ୍ରତି କୋଣରେ ସେ ରହିଥାଏ।


ଅନ୍ୟ ଏକ ହାତେ ତାଙ୍କ ପଦ୍ମ ଯେ ଶୋଭିତ

କଦ୍ଦର୍ମେ ଫୁଟି ମଧ୍ୟ ସାର ଜଗତେ ଆଦୃତ।

ଅନ୍ୟ ଏକ ହାତେ ତାଙ୍କ ସର୍ପ ବିରାଜିତ

ଚେତନାର ପ୍ରତୀକ ସେ ଅଟନ୍ତି ସର୍ବବ୍ୟାପ୍ତ।


ଅନ୍ୟ ଏକ ହାତ ଅଭୟ ମୁଦ୍ରା ସେ ଦେଖନ୍ତି

ମା ଭଳି ଆମକୁ ଘଣ୍ଟ ଘୋଡାଇ ରଖନ୍ତି।

ଦଶଭୁଜ ତାଙ୍କର ଯେ ପ୍ରତୀକ ରକ୍ଷାର

ସର୍ବଦିଗରୁ ସୁରକ୍ଷା ଥାଏ ଯେ ମା ଦୁର୍ଗାର।


ଜୟ ଜୟ ହେ ମା ଦୁର୍ଗା ହେ ସିଂହବାହିନୀ

ଜଗତର ରକ୍ଷା ଲାଗି ସେ ହେଲ ମହୀଷାମର୍ଦ୍ଦିନୀ

ଦଶଭୁଜ ଦେବୀ ତୁମେ ଜଗତଜନନୀ

ଅଧର୍ମକୁ ନାଶକରି ହେଲ ଧର୍ମସଂସ୍ଥାପିନି।


Rate this content
Log in