STORYMIRROR

Narendra Sahu

Others

3  

Narendra Sahu

Others

ଦଶ ଦୋଷ ହରା-ଦଶହରା

ଦଶ ଦୋଷ ହରା-ଦଶହରା

1 min
28.7K



ମାଆ ତ ଆସଇ ଦଶହରା ନେଇ

ଏହି ଧରାଧାମେ ସତେ,

ପାପ ବିନାଶିନୀ ପାପ ବିନାଶିବ

ଦରଶନ ଦେଇ ମର୍ତ୍ତ୍ଯେ।


ମାଆ ଆଗମନେ ଖୁସି ଜାଗେ ମନେ

ପୁରପଲ୍ଲୀ ସବୁଠାରେ,

ଭକତର ଦୁଃଖ ଯାତନା ଅନେକ

କଟିବ ଦେଖିଲେ ଥରେ।


ଦଶ ଦୋଷ ଗୁଣ କରିବାକୁ ଲୀନ

ମାଆ ଆସେ ସେଥିପାଇଁ,

ପାପୀ ମଣିଷର ଏ ଦଶ ଗୁଣର

ଦୋଷ ମୋଚନ ଲୋଡଇ।

(୧)

ଅହଙ୍କାର ଗୁଣ ଆଣଇ ଦାରୁଣ

ଅହଂ ମାଆ ସହେ ନାହି,

ସେହି ଅହଂଙ୍କାର ବଡ ଭୟଙ୍କର

ମାଆ ତାକୁ ନାଶୁଥାଇ।

(୨)

ମଣିଷ ମନର ରୁକ୍ଷ ନିଷ୍ଠୁରତା

ଅତ୍ଯାଚାର କରେ ସେହି,

ସେହି ଅତ୍ଯାଚାର ମନ୍ଦର ଆଚାର

ଅଭୟା ମାଆ ନାଶଇ।

(୩)

ଆଉ ଗୋଟେ ଗୁଣ ଅନ୍ଯାୟ ନିପୁଣ

ଜଗତ ଭାର ସହଇ,

ଅନ୍ଯାୟ ଅନୀତି ଦୁଃଖ କି ଦୁର୍ଗତୀ

ଦୁର୍ଗତୀ ନାଶିନୀ ସେହି।

(୪)

କାମ ଓ ବାସନା କରେ ଆନମନା

କାମାତୁର ଥିଲେ କେହି,

କାମ ଗୁଣ ତାର କରିବାକୁ ଦୂର

ଧରାଧାମେ ମା ଆସଇ।

(୫)

କ୍ରୋଧ ସବୁଠାରୁ ଅଟେ ବଡ ଶତ୍ରୁ

ମଣିଷର ହୃଦେ ଥାଇ,

କ୍ରୋଧ ବଶ ହୋଇ କ୍ଷତି କରେ ସେହି

କ୍ରୋଧ କାଟୁ କରେ ସେହି।

(୬)

ଲୋଭ ଭଳି ରୋଗ ଆଣେ ଅନୁରାଗ

ଲୋଭର ଯେ ସୀମା ନାହିଁ,

ଲୋଭୀଟିଏ ଯଦି ରହିବ ସଂସାରେ

ଗ୍ରାସିବ ଏ ମର୍ତ୍ତ୍ଯ ଭୂଇଁ।

(୭)

ସବୁ ସହେ ମାଆ ନ ସହେ ଯେ ଏହା

ଅତି ଗର୍ବ ପରା ସେହି,

ଅତି ଗର୍ବ ବୋହି ରାବଣ ମରଇ

ମାଆ ହିଁ ଗର୍ବ ନାଶଇ।

(୮)

ଇର୍ଷାଳୁ ଆଚାର କଟୁରୀର ଧାର

ଇର୍ଷାରେ ସେ ଜଳୁଥାଇ,

ମାଆର କୃପାରେ ଇର୍ଷା ଜଳେ ଧିରେ

ଇର୍ଷାରେ ଜଳି ମରଇ।

(୯)

ମୋହର ବାସ୍ନାରେ ନର ଦୁରାଚାରେ

ମୋହ ଅନ୍ଧ କରୁଥାଇ,

ତୁଟାଇ ଯେ ମୋହ ରଖଇ ଅକ୍ଷୟ

ମୋହିନୀର ରୂପ ନେଇ।

(୧୦)

ଶେଷରେ ଯାହାର ସ୍ୱାର୍ଥର ବେଭାର

ସ୍ୱାର୍ଥ ଯେ ବାଧା ଦିଅଇ,

ସ୍ୱାର୍ଥବାଦୀ ପାଇଁ ଅସ୍ତ୍ର ସେ ରଚଇ

ନିଃସ୍ୱାର୍ଥ ଭାବ ବୁଣଇ।


ଦଶ ଦୋଷ ହରା ଆସେ ଦଶହରା

ସୁଜନେ ଦେଲି ମୁଁ କହି,

ହାରି ଦୋଷ ଗୁଣ ଲୋଭିବ ଯେ ପୁଣ୍ଯ

ନିରାଟ ସତ ଅଟଇ।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


Rate this content
Log in