STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ଦୃଷ୍ଟିରେ ବି ସାଇସୃଷ୍ଟିରେ ବି ସାଇ

ଦୃଷ୍ଟିରେ ବି ସାଇସୃଷ୍ଟିରେ ବି ସାଇ

1 min
353



ସଅତି ଅନିଶ୍ଚିତ ଅନିତ୍ୟ ଜୀବନ

ଆଜି ଅଛି କାଲି ନାହିଁ,

ସବୁ ମିଛ ମାୟା ଗୋଟିଏ ହିଁ ସତ

ସବୁର ମାଲିକ ସାଇ।।


ମିଛେ ମୋର ମୋର ଗାଇ ହେଉ ସିନା

କିଛି ନୁହେଁ ଆପଣାର,

ଆଜି ଯାହା ଯେତେ ନିଜର ଭାବୁଛୁ

ଆଖି ବୁଜି ଦେଲେ ପର।।


ସାଇ ନାମ ଧରି ତା ଗୁଣ ସୁମରି

କରୁଥିବୁ ଯଦି କର୍ମ,

କର୍ମ ବନ୍ଧନରୁ ମୁକ୍ତ ହୋଇ ଅନ୍ତେ

ବାହୁଡିବୁ ସ୍ବର୍ଗ ଧାମ।।


ଶ୍ୱାସେ ଶ୍ୱାସେ ସାଇ ବାବାଙ୍କୁ ବସାଇ

ଜୀବନ କରିଦେ ଧନ୍ୟ,

ଦୃଷ୍ଟିରେ ବି ସାଇ ସୃଷ୍ଟିରେ ବି ସାଇ

ସାଇ ବିନା ସବୁ ଶୂନ୍ୟ।।

© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ, ଅଗରତାଲା, ତ୍ରିପୁରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍