STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ଦର୍ଶନ

ଦର୍ଶନ

1 min
8.3K


,,,,,,,,,,ଦର୍ଶନ ,,,,,,,,,,,,,,

ଶଶାଙ୍କ ଶେଖର ରାୟ


ଶାନ୍ତି ମୈତ୍ରୀ ପ୍ରୀତିର ବାର୍ତ୍ତା ଧରି

ମୂଁ ଉଡୁଥାଏ ସଦା

ଡେଣାଝାଡି ଶବ୍ଦର ଆକାଶେ

ସଂଜୀବନି ମନ୍ତ୍ରଗାଇ

ମାଟିତଳୁ ଊଠାଇପାରେ

ଶୋଇଥିବା କଙ୍କାଳ ମାନଙ୍କୁ

ସତେଜ ପ୍ରାଣବନ୍ତ କରିପାରେ

ମଉଳା ଫୁଲର ପାଖୁଡାକୁ

ମୋର ଗୁଣୁଗୁଣୁ ନିରବ ଶଦ୍ଦ ।

ପଥର ପରି ସ୍ଥିତପ୍ରଞ୍କ ନିର୍ବିକାର

ଯୁଦ୍ଧିଷ୍ଠିର ମନ ମୋର

ଅଭିଭୁତ କେବେବି ହୁଏନି

ଭାଙ୍ଗିବା ଗଢିବା ଜନ୍ମମୃତ୍ୟୁ,

ମିଳନ ବିଛ୍ଛେଦ ଆଲୋକେ ଅନ୍ଧାରେ ।

ମୋ ପାଇଁକିଛି ନୁହଁ ଅଦ୍ଭୁତ

ନାହିଁ ମୋ ଆକାଶେ

କପଟ ସଂକିର୍ତ୍ତନ ଲୋଭ

ପ୍ରତ୍ୟାଶା ଅଙ୍ଗିକାର ଛଳନା

କି ଦୁଃଖର କଳାବାଦଲ ।

ଚେତନାର ମୁଁ ଏକ ଶୃଙ୍ଖଳିତ ଅନୁଭବ

ଆତ୍ମିକ ମାର୍ମିକ ପରିପକ୍ଵ ଭାବାବେଗ

ସଦା ହସ ହସ ଛଳଛଳ

ଝରଣାଟିଏ ପରି ବହିଯାଉଥାଏ

ସୂର୍ଯ୍ୟକିରଣେ ହୋଇ ଝଲମଲ ।

ଶବ୍ଦମାନଙ୍କୁ ନେଇ ଗଢିପାରେ

ଏକ ନିଖୁଣ କୋଣାର୍କ

ଯେଉଁଠି ଭୁମିରୁ ଭୂମା ଯାଏ

ହୋଇଉଠନ୍ତି ସମସ୍ତେ ଜୀବିତ ।

ସଂଜୟର ତୃତୀୟ ଆଖିରେ

ଦେଖ ଥରେ ମୋତେ

ଖୋଲି ଅନ୍ତର ଚେତନାର ଦୁଆର।

ଚାହିଁଥିବି ତୁମକୁ

ମୁଁ ଖାଲି ଏକାନ୍ତ ।

ମୋ 7377197999


Rate this content
Log in