STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଦରଶନ ପାଇଁ ତୋର

ଦରଶନ ପାଇଁ ତୋର

1 min
14K


ଦରଶନ ପାଇଁ ତୋର

ଯାଉଛି ମୁଁ କାଳିଆରେ

ଶ୍ରୀ ଗୁଣ୍ଡିଚା ଯାତରା ତୋ

ଅପରୂପ ଏ ମହୀରେ

ବଡଦାଣ୍ଡେ ଠିଆ ହେବି

ରଥ ପାଖେ ରହି ଥିବି

ନଥିବେ ତ କହିବାକୁ

ମନ ଭରି ଦେଖୁଥିବି

ମୋହ ଯିବ କାଳେ ବୋଲି

ଚକା ଆଖି ନୟନରେ

ଦରଶନ ନେଉଥିବି

ହୃଦୟ ମୋ ପୁରାଇରେ

ତୋର ରୂପ ଦରଶନେ

ବିଭୋର ମୁଁ ହେଉଥିବି

ପାଉଥିବି ଠେଲା ପେଲା

ଦେଉଛୁ ତୁ ଭାବୁଥିବି

ଗୁହାରି ମୋ ଯାହା ଅଛି

ଜାଣିଛୁ ତ ନିଜେ ତୁହି

କହିବିନି ତୋତେ କିଛି

ଆସୁଥିବି ପୁଣି ମୁହିଁ

ବିତନ୍ତା କି ଏ ଜୀବନ

ଶ୍ରୀକ୍ଷେତ୍ରରେ ରହି ରହି

ପାଉଥାନ୍ତି କେତେ ସୁଖ

ଶ୍ରୀ ମୁଖ ତୋ ଚାହିଁ ଚାହିଁ

ଗାଉଥାନ୍ତି ତୋର ଗୀତ

ଦେଇ ମନ ଆନନ୍ଦରେ

ଯାଉଥାନ୍ତା ଜୀବ ମୋର

ତୋ ମୁଖ ଚାହିଁ ଚାହିଁରେ....

ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍