STORYMIRROR

Dharitri Das

Others

3  

Dharitri Das

Others

ଦରଦୀ ବନ୍ଧୁ

ଦରଦୀ ବନ୍ଧୁ

1 min
259

ଦେଖିନାହିଁ କାହିଁ ତୁମ ପରି ଦରଦୀ ବନ୍ଧୁ 

ଉତ୍କଳର ମଣି ହୃଦୟ କରୁଣାର ସିନ୍ଧୁ।


କରୁଣାରୁ ତୁମ କାଣିଚାଏ ଯିଏ ପାଇଛି

ଚିରଦିନ ପାଇଁ ତା ଦୁଃଖ ଦୂରେଇ ଯାଇଛି।


ଭୋକିର ଭୋକ ଦୁଃଖୀର ଦୁଃଖ ଜାଣିବା ପାଇଁ

ଧାଉଁଥିଲ ତୁମେ ଖରା ବର୍ଷାକୁ ନ ଚାହିଁ।


ନୁହେଁ କେହି ପର ଏଠି ସଭିଏଁ ତ ନିଜର

କର୍ତ୍ତବ୍ୟରୁ ତୁମ ଶିଖିଛି ସମାଜର ନର।


ଯହିଁ ଥାଏ ବନ୍ୟା ବାତ୍ୟା ଦୂର୍ବିପାକ ଓ ମରୁଡି

ଚୂଡ଼ା ଚାଉଳ ସଙ୍ଗେ ଧାଇଁଥାଅ ଅଣ୍ଟାକୁ ଭିଡି।


ଏକୋଇର ବଳା ଚିର ନିଦ୍ରାରେ ଗଲା ଯେ ଶୋଇ

ସେଥି ପ୍ରତି ତୁମ ତିଳେହେଲେ ବି ଖାତିରି ନାହିଁ।

ସଦା ସର୍ବଦା ଧାଇଁଲ ଶତପୁତ୍ର ରକ୍ଷା ପାଇଁ

ନିଜ ପର ଭେଦ ଭାବ ତୁମଠାରେ ମିଳେ ନାହିଁ।


ଧନ୍ୟ ଗୋପବନ୍ଧୁ ତୁମେ ଦୀନଜନଙ୍କର ବନ୍ଧୁ

ବନ୍ଧୁତା ନିକଟେ ତୁଚ୍ଛ ଆପଣାର ରକ୍ତ ବିନ୍ଦୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍