STORYMIRROR

Srinibas Mahalik

Others

2  

Srinibas Mahalik

Others

ଦରବୃଦ୍ଧି

ଦରବୃଦ୍ଧି

1 min
2.8K


କିଛି ଦିନ ହେବ ପେଟ୍ରୋଲ ମାତିଛି,

ସେଞ୍ଚୁରି ମାରିବା ପାଇଁ,

ତାକୁ ଦେଖି ପୁଣି ଗ୍ୟାସ୍ କହୁଛି,

ହଜାର ଦେବ ସେ ଛୁଇଁ ।।


ରୁପିଜୀର ମୂଲ୍ୟ ହ୍ରାସ ପାଇ ଏବେ,

ଛୁଇଁବା ଉପରେ ଶହେ,

ଅଛେ ଦିନ୍ ଭାଇ ନିଶ୍ଚିତ ଆସିବ,

ଏଭଳି ମନ ମୋ କୁହେ ।।


ଦର ହ୍ରାସ ବୃଦ୍ଧି ପଛରେ କ'ଣ,

ଜାଣି ନାହୁଁ ଆମେ ମିଷ୍ଟ୍ରି,

ଆମେ ଖାଲି ଜାଣୁ ଦର ବୃଦ୍ଧି ହେଲେ,

ଚିପା ହୁଏ ଆମ ତଣ୍ଟି ।।


ଦର ବୃଦ୍ଧି କରି ସରକାର ଏବେ,

ସାଜିଛି ଆମର କାଳ,

ପକେଟରୁ ଆମ ଟଙ୍କା ନେଇ ନେଇ,

କରି ସାରିଲାଣି ଖୋଳ ।।


@ବିଜୟନଗର, ଗଣିଆ, ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍