ଦ୍ରୌପଦୀ
ଦ୍ରୌପଦୀ
1 min
182
ଯୁଗେ ଯୁଗେ ଧର୍ମ ଧ୍ବଜା ଉଡାଇଛ
ହେ କୃଷ୍ଣ କେଶବ ହରି
କେଉଁ ସ୍ବାର୍ଥ ଲଭେ କୁରୁସଭା ମଧ୍ଯେ
ବିବସନା ମୋତେ କରି ll 1
ଧର୍ମ ଯୁଧିଷ୍ଠିର ଧର୍ମ ନରଖିଲେ
ଅଧର୍ମରେ ଗଲେ ଭାସି
ପଶାଖେଳେ ମଜ୍ଜି ଭାତ୍ରୁ,ଦାରା ବାଜି
ରାଜ୍ୟ ହରାଇଲେ ହସି ll 2
କୁହ ହେ କେଶବ କେଉଁ ଅପରାଧେ
ପଞ୍ଚ ପତି ଭୋଗ୍ୟା ମୁହିଁ
କପଟ ପଶାରେ ମୋ ଜୀବନ ନର୍କ
କରିଲ ହେ କିସ ପାଇଁ ll 3
ଗୁରୁ ଦ୍ରୋଣାଚାର୍ଯ୍ୟ ଭୀଷ୍ମ ପିତାମହ
ଧୃତରାଷ୍ଟ୍ର ଯେ ବିଦୁର
ଶକୁନି ସହିତ ଦୁର୍ଯ୍ୟୋଧନ ଭ୍ରାତ
ଦେଖି ହୋଇଥିଲେ ସ୍ଥିର ll 4
