ଦୋସ୍ତି
ଦୋସ୍ତି
1 min
465
ମୁମ୍ବାଇ ସାଗର ଶାମୁକା ଭିତରୁ
ପାଇଛି ଦୁଇଟି ମୋତି
ଲବ ଭାଇ ସହ କୈଳାଶ ଭାଇ ସେ
ବୋବାଲିଆ ଆମ ଦୋସ୍ତି
ନୂତନ ବରଷେ ଦର୍ଶନ ନିମନ୍ତେ
ଅମ୍ବରନାଥକୁ ଗଲୁ
ଦର୍ଶନ କରିକି ଶିବଶମ୍ଭୁଙ୍କୁ ଯେ
ସନ୍ତୋଷ ଆମେ ଲଭିଲୁ
ଆହେ ଶିବଶମ୍ଭୁ ଚରଣରେ ତୁମ
ଘେନ ଆମ ନମସ୍କାର
ଆମରି ଦୋସ୍ତିକୁ ସମର୍ପିତ କଲୁ
ଆଶିଷ ଦିଅ ତୁମର
ତୁମରି ଆଶିଷେ ହସୁଥାଉ ସଦା
ଆମରି ଏଇ ଯେ ଦୋସ୍ତି
ସବୁ ଦିନ ରାତି କଟୁଥାଉ ଆମ
କରିଟିକେ ମଜାମସ୍ତି
[ ପ୍ରେମ୍ କବି ଜଗବନ୍ଧୁ ସାହୁ ]
[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]
