STORYMIRROR

Kali Kumar

Others

3  

Kali Kumar

Others

ଦୋଷୀ କିଏ ?

ଦୋଷୀ କିଏ ?

1 min
136

ଦୋଷୀ କିଏ? ଏ ଯାଏଁ ଜଣା ପଡ଼ିନି !

ମୁଁ କିନ୍ତୁ ମଶାଣି ଭୂଇଁରେ

ଜୁଇର ନିଆଁରେ

ପାଉଁଶ ହୋଇଗଲିଣି,

କିନ୍ତୁ, ଦୋଷୀ କିଏ? ଏ ଯାଏଁ ଜଣା ପଡ଼ିନି ।


ଜୀବନର ପରିଣତ ପର୍ଯ୍ୟାୟ ପୂର୍ବରୁ

ସମୟର ନିର୍ଦ୍ଧାରିତ ଚକ୍ର ଭିତରୁ

ଜୀବନ-ମୃତ୍ୟୁର ଲୁଚକାଳି ଖେଳରୁ

ମୁଁ ବାହାରି; ମଶାଣି କୋଳରେ

ମୃତ୍ୟୁର ଶଯ୍ୟାରେ

ଜୁଇର ବିଛଣାରେ

କେବେଠୁ ଶୋଇଗଲିଣି,

କିନ୍ତୁ, ଦୋଷୀ କିଏ? ଏ ଯାଏଁ ଜଣା ପଡ଼ିନି ।


ଦୋଷୀ କିଏ? ଏ ଯାଏଁ ଜଣା ପଡ଼ିନି ।

ନ୍ୟାୟ ପଛରେ ଦୌଡ଼ି ଦୌଡ଼ି

ବୃଦ୍ଧ ବାପା ମୋର,

କେତେ ନଇଁ-ନଇଁଆନ୍ତ ହେଲାଣି

ଆଖିରୁ ତା'ର ଲୋତକର ଧାର

ଏ ଯାଏଁ ବି ଜମା ଥମୁନି,

କିନ୍ତୁ, ଦୋଷୀ କିଏ? ଏ ଯାଏଁ ଜଣା ପଡ଼ିନି ।


ନ୍ୟାୟ 'ପଦ୍ମ ପୋଖରୀ'ର ପଦ୍ମ

ହାତ ପାହାନ୍ତାରୁ ଘୁଞ୍ଚି-

ଦୂରକୁ ଦୂର ଗଲାଣି,

ହତାଶ-ନିରାଶ-ଅପବାଦ ଛଡ଼ା

ଆଉ କିଛି ତା'ର ହସ୍ତଗତ ଏ ଯାଏଁ ହୋଇନି,

କିନ୍ତୁ, ଦୋଷୀ କିଏ? ଏ ଯାଏଁ ଜଣା ପଡ଼ିନି ।


ନ୍ୟାୟଳୟର,

ନ୍ୟାୟାମୃତଟି ମିଛ ପ୍ରହେଳିକାର

ସୁସ୍ବପ୍ନ ପରି ପରିମିତ ହେବାକୁ ଲାଗିଲାଣି,

ତର୍କ-ବିତର୍କ ର ଜୁଆ ଖେଳରେ

ସତ୍ୟ-ଅସତ୍ୟ ଠାରେ ହାତ ଟେକିବାକୁ ଲାଗିଲାଣି,

ପ୍ରସ୍ତାବିକ ପ୍ରମାଣିକତାର ଅଭାବ ହେତୁ

ଅସତ୍ୟଟି ଏବେ

କୁତ୍ସିତ ବିଭତ୍ସପୂର୍ଣ୍ଣ ହସ ହସି ଲାଗିଲାଣି,

ରାଜନୀତି - ପ୍ରଶାସନିକତାର

ଗହନ ତଥ୍ୟ କି

ସାଧାରଣ ଜନେ,ଏ ଯାଏଁ ଅବଗତ ହେଲାଣି

କିନ୍ତୁ, ଦୋଷୀ କିଏ? ଏ ଯାଏଁ ଜଣା ପଡ଼ିନି ।


ଗଣତନ୍ତ୍ରରେ

"ଗଣ" - "ତନ୍ତ୍ର" ଦୁହେଁ ଦୁହିଁଙ୍କଠୁ

କେବେରୁ ଅଲଗା ହେଲେଣି

କିନ୍ତୁ,ଦୋଷୀ କିଏ ? ଏ ଯାଏଁ ଜଣା ପଡ଼ିନି ।


இந்த உள்ளடக்கத்தை மதிப்பிடவும்
உள்நுழை